ରଙ୍ଗେଇଲୁଣ୍ଡା ଆସିବେ ପ୍ରଧାନମନ୍ତ୍ରୀ:

ରଙ୍ଗେଇଲୁଣ୍ଡା ଆସିବେ ପ୍ରଧାନମନ୍ତ୍ରୀ:

ରଙ୍ଗେଇଲୁଣ୍ଡା ଆସିବେ ପ୍ରଧାନମନ୍ତ୍ରୀ: ପ୍ରସ୍ତୁତି ଜୋରଦାର...   ଭୁବନେଶ୍ୱର,୨୦।୯ --ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡିଛି, ପ୍ରଧାନମନ୍ତ୍ରୀ ସେହିଦିନ ପୂର୍ବାହ୍ନ ୧୧ଟାରେ ବ୍ରହ୍ମପୁରଠାରେ ଜାତୀୟ ସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୁଚାରୁଭାବେ ସମ୍ପାଦନ କରିବା, ଏଥିନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରାପଥ, ଆଗମନ-ବିଦାୟ ବ୍ୟବସ୍ଥା, ସୁରକ୍ଷା ବଳଙ୍କ ନିୟୋଜନ, ସଭାସ୍ଥଳର ପ୍ରସ୍ତୁତି, ସ୍ବାସ୍ଥ୍ୟ, ପୋଲିସ, ପାଣି,ବିଦ୍ୟୁତ୍‌ ଓ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ବିଭାଗକୁ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଛି। କାର୍ଯ୍ୟକ୍ରମକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।