Editor Dec 12, 2025 3
Editor Dec 12, 2025 2
Editor Dec 12, 2025 11
Editor Dec 12, 2025 13
Editor Nov 1, 2025 8
Editor Nov 1, 2025 5
Editor Oct 5, 2025 7
Editor Oct 4, 2025 11
Editor Sep 30, 2025 6
Editor Nov 3, 2025 12
Editor Oct 31, 2025 2
Editor Oct 31, 2025 4
Editor Sep 6, 2025 6
Editor Sep 17, 2025 24
Editor May 20, 2025 5
Editor Nov 9, 2024 17
Editor Oct 12, 2024 9
Editor Oct 12, 2024 6
Editor Feb 1, 2025 10
Editor Jan 27, 2025 19
Editor Jan 26, 2025 18
Editor Nov 8, 2024 11
Editor Oct 18, 2024 16
Editor Mar 30, 2025 117
Editor Mar 27, 2025 8
Editor Mar 27, 2025 62
Editor Mar 24, 2025 130
Editor Mar 21, 2025 22
Editor Apr 6, 2025 35
Editor Feb 3, 2024 19
Join our subscribers list to get the latest news, updates and special offers directly in your inbox
ରାଜନୀତି
ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ: ୫ ଅଭିଯୁକ୍ତ କୋର୍ଟଚାଲାଣ.... ଲାଞ୍ଜିଗଡ଼ : ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ତିନୋଟି ହତ୍ୟାକାଣ୍ଡ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନା ଅଞ୍ଚଳରେ ଘଟିଥିବା ଏସବୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବିଶ୍ଵନାଥପୁର ପୁଲିସ। ପୂର୍ବରୁ ଲାଞ୍ଜି ପଞ୍ଚାୟତ କାଣ୍ଡାମା ଓ ବେଡ଼ାଗାଁ ପଞ୍ଚାୟତ ମନସ୍ତରା ପରେ ଗତକାଲି କୁମଖାଲ ପଞ୍ଚାୟତ ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ଶବ ଜବତ କରି ତଦନ୍ତ କରିବା ପରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଆଜି ସନ୍ଧ୍ୟାରେ ବିଶ୍ୱନାଥପୁର ଥାନା ପରିସରରେ କଳାହାଣ୍ଡି ପୁଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସହିତ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ୱିତ କୁମାର ମାଝୀ, ବିଶ୍ଵନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ମେରାଙ୍ଗପଦର ଗାଁର ସାନ୍ଦୁ ମାଝୀ (୪୦) ଗତକାଲି ବୁଧବାର ଦିନ ନିକଟସ୍ଥ ଖଜୁରଗୁଡ଼ା ଗାଁକୁ ନିଜ ସାଇକେଲ ସଜାଡ଼ିବାକୁ ଯାଇ ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ ରାଜା ମାଝୀ ବିଶ୍ଵନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏପରିକି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ସ୍ବାମୀକୁ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ମାଝୀଙ୍କ ନେତୃତ୍ୱରେ ବିଶ୍ଵନାଥପୁର ଥାନା ଅଧିକାରୀ ଶବର, ଏଏସ୍ଆଇ ବୁଦ୍ଧିଶ୍ୟାମ ମାଝୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ସ୍ବତନ୍ତ୍ର ଟିମ୍ ମେରାଙ୍ଗପଦର ଗାଁକୁ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଥିଲା। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହିତ ଏହି ମାମଲାରେ ପାଞ୍ଚଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ଠାରୁ ସୂଚନା ପାଇ ମେରାଙ୍ଗପଦର ଜଙ୍ଗଲ ଭିତରେ ପୋତା ଯାଇଥିବା ଅବସ୍ଥାରେ ସାନ୍ଦୁଙ୍କ ଶବ ଠାବ କରାଯାଇଥିଲା। ଏହାପରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କିଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ସୂଚନା ପାଇ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଛୁରୀକୁ ଜବତ କରିଥିଲା ପୁଲିସ। ଶବ ଉଦ୍ଧାର ଓ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ସେହି ଗାଁର ଘୁରୁଣା ମାଝୀ (୫୩), ପୁଷ୍ଟା ଓରଫ କୁଷ୍ଟା ମାଝୀ (୩୫), ସାନ୍ଦ୍ରୁ ମାଝୀ(୩୮), ଲଛମନ ମାଝୀ (୩୯), ରାଜୁ ମାଝୀ (୩୨)ଙ୍କୁ ଗିରଫ କରାଯାଇଛି । ପଚରାଉଚରା ପରେ ସେମାନେ ସାନ୍ଦୁଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ସ୍ବୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । କୋର୍ଟ ଜାମିନ ନାମଞ୍ଜୁର କରିବାରୁ ସେମାନଙ୍କୁ ଜେଲ ଯିବାକୁ ପଡ଼ିଛି। ଏନେଇ ବିଶ୍ଵନାଥପୁର ଥାନା କେସ ନଂ ୫୮/୨୦୨୫ରେ ମାମଲା ରୁଜୁ କରି ବିଶ୍ଵନାଥପୁର ଥାନାଧିକାରୀ ତଦନ୍ତ କରୁଛନ୍ତି। ତେବେ ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ତିନୋଟି ହତ୍ୟାକାଣ୍ଡ ଘଟିବା ପରେ ପୁଲିସର ମୁଣ୍ଡବ୍ୟଥା ବଢିଯାଇଛି।
Previous Article
Next Article
Editor
Editor Sep 18, 2025 3
Editor May 2, 2025 251
Editor Sep 16, 2025 5
Editor Oct 28, 2025 3
Editor Oct 8, 2025 2
Editor Sep 28, 2025 2
Editor Nov 28, 2025 317
Editor Nov 16, 2025 211
Editor Nov 27, 2025 204
Editor Dec 7, 2025 198
Editor Nov 15, 2025 187
Editor Sep 28, 2025 36
Editor Sep 12, 2025 16
Editor Sep 11, 2025 17
Editor Sep 8, 2025 11
Editor Sep 2, 2025 37
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 17
View Options