ଗୋବିନ୍ଦପାଲ୍ଲୀ ଘାଟି ଏବେ ଦୁର୍ଘଟଣାର ପେଣ୍ଠସ୍ଥଳୀ

ଗୋବିନ୍ଦପାଲ୍ଲୀ ଘାଟି ଏବେ ଦୁର୍ଘଟଣାର ପେଣ୍ଠସ୍ଥଳୀ

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର )

ଜୟପୁରରୁ ମାଲକାନଗିରି ଦେଇ ମୋଟୁ ପର୍ଯ୍ୟନ୍ତ ଲମ୍ବିଥିବା ୩୨୬ ନମ୍ବର ପାଲଟିଛି। ଗତକାଲି ଏହି ଘାଟିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ପୂର୍ବରୁ ଓଲଟି ପଡ଼ିଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ତେବେ ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ଏବଂ ହେଲ୍ପର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକର ଇଞ୍ଜିନ ଅଏଲ୍ ଏବଂ ଡିଜେଲ ଲିକ୍ ହୋଇ ସମ୍ପୂର୍ଣ୍ଣ ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଛି। ଫଳରେ ଘାଟି ରାସ୍ତା ଏବେ ଅତ୍ୟନ୍ତ ପିଛିଳ ହୋଇଯାଇଛି। ଯଦି କୌଣସି ବାଇକ୍ ଆରୋହୀ ଦ୍ରୁତ ଗତିରେ ଏହି ରାସ୍ତା ଦେଇ ଯାଆନ୍ତି, ତେବେ ଗାଡ଼ି ସ୍ଲିପ୍ କରି ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଭଳି ସଙ୍କଟ ସମୟରେ ସ୍ଥାନୀୟ ଲୋକଙ୍କ ମାନବିକତା ଦେଖିବାକୁ ମିଳିଛି। ସେମାନେ ରାସ୍ତା କଡ଼ରେ ଠିଆ ହୋଇ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କୁ ସଚେତନ କରାଉଛନ୍ତି, ଯାହାଫଳରେ ଅନେକ ସମ୍ଭାବ୍ୟ ଦୁର୍ଘଟଣା ଟଳିଯାଇଛି।ତେବେ ଗୋବିନ୍ଦପାଲ୍ଲୀ ଘାଟିରେ ପ୍ରତି ମାସରେ ପ୍ରାୟ ୩ ରୁ ୪ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ୁଛି। ଏହାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି, ଯେଉଁ ଇଞ୍ଜିନିୟର ଏହି ୩୨୬ ନମ୍ବର ଜାତୀୟ ରାଜପଥର ଘାଟି ରାସ୍ତା ନିର୍ମାଣ କରିଛନ୍ତି, ସେ କିଭଳି ଭାବେ ଏହାର ଡିଜାଇନ ପ୍ରସ୍ତୁତ କରିଛନ୍ତି? ଘାଟିର ବଙ୍କାଣ ଏବଂ ଢାଲୁ ମଧ୍ୟରେ ସଠିକ୍ ସନ୍ତୁଳନ ନଥିବାରୁ ଗାଡ଼ିଗୁଡ଼ିକ ବାରମ୍ବାର ନିୟନ୍ତ୍ରଣ ହରାଉଥିବା ଅଭିଯୋଗ ହେଉଛି।

ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି ସ୍ଥାୟୀ ସମାଧାନ ନକରି କେବଳ କାଗଜ କଲମରେ ନିଜ ଦାୟିତ୍ୱ ସାରିଦେଉଛନ୍ତି। କେବଳ ଭାଗ୍ୟ ବଳରୁ ଚାଳକ ଓ ହେଲ୍ପର ବର୍ତ୍ତି ଯାଉଛନ୍ତି, କିନ୍ତୁ ବିଭାଗୀୟ ଅଧିକାରୀ କ'ଣ କୌଣସି ବଡ଼ ଧରଣର ପ୍ରାଣହାନିକୁ ଅପେକ୍ଷା କରିଛି କି?ଏହି ସ୍ଥାନର ବୈଷୟିକ ତ୍ରୁଟିକୁ ସୁଧାରିବା ପାଇଁ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଜରୁରୀ। ତେବେ ଆଗାମୀ ଦିନରେ ଯଦି ଏହି ଗୋବିନ୍ଦପାଲ୍ଲୀ ଘାଟି ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦିଅନ୍ତି, ତେବେ ଏହି ଘାଟି ନିଶ୍ଚିତ ଭାବେ ରେଡ୍ ଜୋନ୍ ତାଲିକାଭୁକ୍ତ ହେବ ବୋଲି ବୃଦ୍ଧିଯିବି ମାନେ ମତ ପ୍ରକାଶ କରିଛନ୍ତି।