ଚାକିରି ଛାଡ଼ିଲେ ସୁଜାତା .

ଚାକିରି ଛାଡ଼ିଲେ ସୁଜାତା । ଆବେଦନକୁ କେନ୍ଦ୍ରର ମଞ୍ଜୁରି । ବିଜେଡି ସରକାର ସମୟରେ ରାଜ୍ୟର ସବୁଠୁ ପାୱାରଫୁଲ ମହିଳା ଥିବା IAS ସୁଜାତା କାର୍ତ୍ତିକେୟନ ସ୍ବାମୀ ଭି.କେ.ପାଣ୍ଡିଆନଙ୍କ ଭଳି ଆଗୁଆ ଚାକିରି ଛାଡିଛନ୍ତି । ୧୫ଦିନ ତଳେ କେନ୍ଦ୍ର ନିକଟରେ ଭିଆରଏସ ପାଇଁ ସୁଜାତା ଆବେଦନ କରିଥିଲେ । ତାଙ୍କ ଆବେଦନକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଥିବା ସୁଜାତା କାହିଁକି ଚାକିରି ଛାଡିଲେ ତାହା ଏବେ ଆଲୋଚନାର ବିଷୟ ହୋଇଛି ।
ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ୬ମାସ ଛୁଟିରେ ଯାଇଥିଲେ ସୁଜାତା । ନିଜ ଝିଅର ପରୀକ୍ଷା ଥିବା ଦର୍ଶାଇ ଛୁଟିରେ ଯାଇଥିଲେ । ଛୁଟିରେ ଫେରିବା ପରେ ଛୁଟି ବଢ଼ାଇବାକୁ ଆବେଦନ କରିଥିଲେ। ସୁଜାତା ଚାକିରି ଛାଡିବା ପରେ ରାଜନୈତିକ ବୟାନବାଜି ତେଜିଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଦାୟିତ୍ୱରେ ଥିବା ନିକୁଞ୍ଜ ଧଳ ନିକଟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ଦକ୍ଷ IAS ଅଫିସରଙ୍କୁ ଡେପୁଟେସନରେ ନେବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଯଦି ନିକୁଞ୍ଜ ଧଳ ଡେପୁଟେସନ୍ରେ ଯାଆନ୍ତି, ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ତା ଉପ ରେ ସମସ୍ତଙ୍କ ନଜର ରହିଛି। ଏହାପରେ ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣା ଓ ଅନୁ ଗର୍ଗ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।