ଇତିହାସ ସାକ୍ଷୀ ରହିଛି ଲୌହଦାନବ ନେଇଛି ଅନେକଙ୍କ ମୁଣ୍ଡ .

ଇତିହାସ ସାକ୍ଷୀ ରହିଛି ଲୌହଦାନବ ନେଇଛି ଅନେକଙ୍କ ମୁଣ୍ଡ .
ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ୧୧ ବଗି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସସିବି ଅଧିକାରୀ ସୂଚନା ଦେଇଛନ୍ତି । ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୧ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ କାହାରି ମୃତ୍ୟୁ ଘଟିନଥିବା ସିପିଆରଓ ବିଶ୍ବଜିତ ସାହୁ ସୂଚନା ଦେଇଛନ୍ତି ,ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଯାତ୍ରୀମାନେ ଭୟରେ ବାହାରକୁ ଦୌଡିଥିଲେ ।
ଖବର ପାଇଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଏହା ପୂର୍ବରୁ ମଧ୍ୟ ଭାରତ ଏମିତି ଅନେକ ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଦେଖିଛି । ଆସନ୍ତୁ ସେ ଉପରେ ନଜର ପକାଇବା ।
ବଡ଼ ଟ୍ରେନ୍ ଦୁର୍ଘଟଣାର ସାକ୍ଷୀ ରହିଛି ଇତିହାସ । ସରକାର ପରେ ସରକାର ବଦଳି ଆସିଛି । କିନ୍ତୁ ଆଜି ବି ଟ୍ରେନ୍ ସମ୍ପୁର୍ଣ୍ଣ ସୁରକ୍ଷିତ ବୋଲି କେହି କହି ପାରୁନାହାନ୍ତି । ଜାନୁଆରୀ ୨୨ ତାରିଖରେ ମହାରାଷ୍ଟ୍ରର ଜାଲଗାଁରେ ଘଟି ଯାଇଥିଲା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । କିଛି ଗୁଜବ ଯୋଗୁଁ ଚାଲିଗଲା ୧୩ ମୂଲ୍ୟବାନ ଜୀବନ । ତେବେ ଜାଲଗାଁ ପୂର୍ବରୁ ଦେଶରେ ଘଟିଥିବା କିଛି ବଡ଼ ଟ୍ରେନ୍ ଦୁର୍ଘଟଣା ବିଷୟରେ ଆସନ୍ତୁ ଜାଣିବା ।
ଦେଶର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଥିଲା ୧୯୮୧ ମସିହାରେ । ୪୨ ବର୍ଷ ପୂର୍ବେ ଘଟିଥିବା ଏହି ଟ୍ରେନ୍ ଦୁର୍ଘଟଣାରେ ୮୦୦ ଯାତ୍ରୀଙ୍କ ଜୀବନ ଯାଇଥିଲା । ବିହାରର ବାଗମତୀ ନଦୀ ପୋଲ ଦେଇ ଯାଉଥିବା ମାନସୀ-ସହରସା ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇ ନଦୀକୁ ଖସି ପଡ଼ିଥିଲା । ଫଳରେ ଶହ ଶହ ଯାତ୍ରୀଙ୍କ ହୋଇଥିଲା ଅକାଳ ବିୟୋଗ ।
ଏହାର ଠିକ୍ ବର୍ଷକ ପରେ ୧୯୮୨, ଜୁଲାଇ ୮ ତାରିଖରେ ଘଟିଥିଲା ଟ୍ରେନ୍ ଦୁର୍ଘଟଣା । ଏହା ବି ଥିଲା ଖୁବ୍ ଭୟାବହ । କେରଳର ପେରୁମନ୍ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍କୁ ପାସେଞ୍ଜର ଟ୍ରେନ୍ ଧକ୍କା ଦେବାରୁ ୬୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ ୧୯୯୫ ଅଗଷ୍ଟ ୨୦ ତାରିଖରେ ଘଟି ଯାଇଥିଲା ଆଉ ଏକ ଟ୍ରେନ୍ ଦୁର୍ଘଟଣା । ଉତ୍ତର ପ୍ରଦେଶର ଫିରୋଜାବାଦ୍ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଏବଂ କାଳିନ୍ଦୀ ଏକ୍ସ୍ପ୍ରେସ୍ ମଧ୍ୟରେ ମୁହାଁମୁହିଁ ଟକ୍କର ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୫୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।
ଏହାର ୩ ବର୍ଷ ପରେ ପୁଣି ୧୯୯୮ ନଭେମ୍ବର ୨୬ ତାରିଖରେ ଘଟିଥିଲା ଖାନ୍ନା ରେଳ ଦୁର୍ଘଟଣା । ପଞ୍ଜାବର ଖାନ୍ନା ନିକଟରେ ଜମ୍ମୁ ତାୱି-ସିଆଲଦା ଏକ୍ସପ୍ରେସକୁ ଧକ୍କା ଦେଇଥିଲା କାଲିନ୍ଦୀ ଏକ୍ସପ୍ରେସ । ଏଥିରେ ପ୍ରାୟ ୨୧୨ ଜଣଙ୍କର ପ୍ରାଣହାନୀ ଘଟିଥିଲା ।
ବର୍ଷକ ପରେ ୧୯୯୯, ଅଗଷ୍ଟ ୨ ତାରିଖରେ ଟ୍ରେନ୍ ଦୁର୍ଘଟଣା ମଧ୍ୟ ଖୁବ୍ ଭୟାବହ ଥିଲା । ବ୍ରହ୍ମପୁତ୍ର ମେଲ୍ ଆସାମର ଗୈସାଲ୍ ନିକଟରେ ଅୱଧ-ଆସାମ ଏକ୍ସ୍ପ୍ରେସ୍କୁ ଧକ୍କା ଦେଇଥିଲା । ଫଳରେ ୨୯୦ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।
ଏହାପରେ ୨୦୧୬ ନଭେମ୍ବର ୨୦ ତାରିଖରେ ଘଟି ଯାଇଥିଲା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ଉତ୍ତର ପ୍ରଦେଶର ପୁଖରାୟାଁ ନିକଟରେ ଇନ୍ଦୋର୍-ପାଟନା ଏକ୍ସ୍ପ୍ରେସ୍ ଲାଇନଚ୍ୟୁତ୍ ହେବାରୁ ୧୫୦ ଜଣଙ୍କ ଜୀବନ ଯାଇଥିଲା ।