ଚାଷ ଅଛି ଜାହାର କେତେ ଦୁଖ ତାହାର I
ଚାଷ ଅଛି ଜାହାର କେତେ ଦୁଖ ତାହାର I
ମାଥିଲି,୧୭,୦୮ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବର୍ତ୍ତମାନ ଚାଷୀ ମାନଙ୍କର ପାଇଁ ଖରିପ ଋତୁ ଚାଲିଛି । ଧାନ ଚାଷ ପାଇଁ ୟୁରିଆ ଜରୁରୀ କିନ୍ତୁ ସରକାରଙ୍କ ପକ୍ଷରୁ ୟୁରିଆ ଯୋଗାଇ ପାରୁ ନଥିବା ଅଭିଯୋଗ ହେଉଛି । ଏମିତି କି ସରକାରୀ ପ୍ରାପ୍ତ ଦୋକାନ ରେ ମଧ୍ୟ ୟୁରିଆ ନଥିବାରୁ ଚାଷୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଠାରେ ଥିବା ସରକାରୀ ବହୁମୁଖୀ ସମବାୟ ସମିତି ପକ୍ଷରୁ ସରକାରୀ ଦର ରେ ୟୁରିଆ ବିକ୍ରୟ କରାଯାଉଛି । କିନ୍ତୁ ସେଠାରେ ୟୁରୁଆ କମ ଆସୁଥିବାରୁ ଚାଷୀ ମାନଙ୍କୁ ଗୋଟିଏ ଗୋଟିଏ ୟୁରିଆ ବସ୍ତା ଦେଇ ସନ୍ତୋସ୍ଟ କରିବାକୁ ପଡୁଛି ସମବାୟ ସମିତି କତ୍ତୃପକ୍ଷ ଙ୍କୁ। ଅନ୍ୟ ପକ୍ଷରେ ଘରୋଇ ଦୋକାନୀ ମାନେ ଖରିପ ଚାଷ ସମୟରେ ୟୁରିଆ ଆଣି ବିକ୍ରୟ କରିବେ ବୋଲି ନାମ ପଂଚି କରଣ କରି ହାତ ବାନ୍ଧି ବସିଛନ୍ତି । ସେମାନଙ୍କୁ ମଧ୍ୟ ୟୁରିଆ ମିଳୁ ନାହିଁ । ଆଜି ମାଥିଲି ଅଂଚଳରେ ଜଣେ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଚାଷୀ ମାନେ ପହଁଚି ଦୋକାନିକୁ ପ୍ରଶ୍ନ କରି ଘେରିଥିଲେ । ବର୍ତ୍ତମାନ ଚାଷୀ ମାନେ ୟୁରିଆ ମାରିବା ସମୟ ଯଦି ଏହି ସମୟରେ ସରକାର ହାତ ଛାଡି ଦେବେ ୟୁରିଆ ଯୋଗାଇବେ ନାହିଁ ତାହେଲେ ବିଚରା ଚାଷୀ କଣ କରିବେ ।କଥାରେ ଅଛି ପରା ଚାଷ ଅଛି ଯାହାର କି ସୁଖ ତାହାର , କିନ୍ତୁ ତାହାର ସଂଜ୍ଞା ପରିବର୍ତ୍ତନ ହୋଇ ଚାଷ ଅଛି ଯାହାର କି ଦୁଃଖ ତାହାର ହୋଇ ଯାଇଛି ।ଚାଷୀ ଟିଏ ଧାନ ଚାଷ ଆରମ୍ଭ ପାଖରୁ ଧାନ ବିକ୍ରୟ ପର୍ଯ୍ୟନ୍ତ ମଣ୍ଡିରେ ମଧ୍ୟ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ। ଏହି ସମସ୍ୟା କେବେ ଦୂର ହେବ ବିଚରା ଚାଷୀ ମୁଣ୍ଡରେ ହାତ ଦେଇ ଅପେକ୍ଷା କରିଛନ୍ତି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଚାଷୀ ମାନଙ୍କ ସଠିକ ସମୟର ୟୁରିଆ ଯୋଗାଇ ଦେବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି
ମାଲକାନଗିରି ମାଥିଲି ରୁ
ଶିବପ୍ରସାଦ ପରିଛା ବିଶେଷ ଖବର



