ଜଗନ୍ନାଥ ଦର୍ଶନ କରିବାକୁ ଯାଇ ଫେରିଲାନି ପୁତ୍ର ପୋଷ୍ଟ ମୋର୍ଟମ

ଜଗନ୍ନାଥ ଦର୍ଶନ କରିବାକୁ ଯାଇ ଫେରିଲାନି ପୁତ୍ର ପୋଷ୍ଟ ମୋର୍ଟମ

ଜଗନ୍ନାଥ ଦର୍ଶନ କରିବାକୁ ଯାଇ ଫେରିଲାନି ପୁତ୍ର ପୋଷ୍ଟ ମୋର୍ଟମ ନକରି ପଠାଇ ଦେଲେ ଶବ ମୋ ପୁଅକୁ ମାରି ଦିଆଯାଇଛି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଲେ ବୃଦ୍ଧ ପିତା ବାରିପଦା ତା 4/10(ପି. ଏନ. ଏସ.) ଜୁଆଣ ରୋଜଗାରିଆ ପୁଅ ଜଗବନ୍ଧୁ ଦାଶ (55) ବାରିପଦାରୁ ପୁରି ଯାଇଥିଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ. ଫେରିବା ବେଳେ ଘରର କିଛି ଅସଭାବପତ୍ର କିଣିବା ପାଇଁ ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କା. ହେଲେ, ପୁଅ ଆଉ ଫେରିଲାନି. ରାତି 12.20 ମିନିଟରେ ସୁନୀଲ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜକୁ ହସ୍ପିଟାଲ ଷ୍ଟାପ ପରିଚୟ ଦେଇ ବୁଢାବାପା ଆନନ୍ଦ ଚନ୍ଦ୍ର ଦାଶଙ୍କ ନିକଟକୁ ଫୋନ ଆସିଲା ପୁଅ ଜଗବନ୍ଧୁ ସିରିଏସ ପୁରି ଜିଲ୍ଲା ହସ୍ପିଟାଲକୁ ଆସ. ସକାଳେ ଯାଇ ବୁଢା ବାପ ପୁରି ହସ୍ପିଟାଲରେ ପୁଅକୁ ଖୋଜାଖୋଜି କରି ନପାଇବାରୁ ସିଡିଏମଓ ଙ୍କୁ ଦେଖା କରି ପୁଅ କେଉଁଠି ଅଛି ପଚାରିବାରୁ, ଏବଂ ଯେଉଁ ନମ୍ବରରୁ ଫୋନ ଆସିଥିଲା ଦେଖାଇବାରୁ, ଫୋନରେ ସିଡିଏମଓ କଥାହୋଇ ପୁରୀ କୁମ୍ଭାରପଡା ଥାନା ପଠାଇଲେ. ଏବଂ ଥାନା ତରଫରୁ ତୁମ ପୁଅକୁ କଟକ ଏସସିବି ମେଡିକାଲକୁ ରେଫର କରାଯାଇଛି ବୋଲି କହିଲେ. ତୁରନ୍ତ କଟକ ଆସି ଯେତେ ଖୋଜାଖୋଜି କଲେ ମଧ୍ୟ ପୁଅକୁ ନପାଇ ବୁଢାବାପା ଶେଷରେ ସଂନ୍ଧ୍ୟା ବେଳକୁ କଟକ ହସ୍ପିଟାଲ ସୁପରିନଟେଣ୍ଡେଟଙ୍କୁ ସାକ୍ଷାତ କରି ବୁଝାବୁଝି କରି ବାରୁ ପୁଅର ଶବ ଆନନନ ଶବ ଗୃହରେ ଅଛି. ତୁରନ୍ତ ଶବ ନେଇଯାଅ ନଚେତ ମହାନଦୀ ବାଲିରେ ଶବ ପୋତିଦିଆଯିବ ବୋଲି କହିଲେ. ବାରିପଦାରୁ ପୁଅର ଦେହ ଖରାପ ଶୁଣି ଯାଇଥିବା ବୁଢାବାପ କୌଣସି ଉପାୟ ନପାଇ ଶବ ଗାଡିରେ ବାରିପଦା ଶବ ଆଣି ସଂସ୍କାର କରିଦେଲେ. ହେଲେ ପୁଅ ପାଖରେ ଥିବା ଟଙ୍କା ବା ମୋବାଇଲ ପାଇଲେ ନାହିଁ. ପୁଅର ମୃତ ଦେହରେ ବିଭିନ୍ନ ପ୍ରକାର କ୍ଷତ ଚିହ୍ନ ଦେଖିଥିଲେ. ସବୁକିଛି ପରେବି ସେ ନା ପୋଲିସ ନା ହସ୍ପିଟାଲ କର୍ତୃପକ୍ଷ କାହା ପାଖରୁବି ପୁଅର ମୃତ୍ୟୁର କାରଣ ଜାଣିବାକୁ ପାଇ ନଥିଲେ. ଏଣୁ ତାଙ୍କ ମନରେ ସନ୍ଦେହ ହେଲା. ପୁଅର କ୍ରିୟାକର୍ମ ସରିବା ପରେ ବୁଢାବାପ ପୁରୀ ଯାଇ, ପୁଅ ବାବଦରେ କିଛି ତଥ୍ୟ ଖୋଜିଥିଲେ. ଏବଂ ପାଇଥିଲେ ସେହିଦିନର ପୁଅର କିଛି ଫୋଟଗ୍ରାଫ. ତାଙ୍କ ପୁଅକୁ ପୋଲିସ କଲର ଧରି ବସାଇ ଥିବା, ହାତରେ କିଛି କ୍ଷତ ଚିହ୍ନ, ପୁଅର ଡେଡ ବଡ଼ିକୁ ପୋଲିସ ଧରିଥିବାର ଫୋଟ ଇତ୍ୟାଦି. ଏଇଠୁ ଦୃଢ଼ଭୂତ ହୋଇଥିଲା ସନ୍ଦେହ. ପୁଅର ଡେଡବଡ଼ି ଛାତିରେ ଲାଗିଥିବା ଡେଥ ରିପର୍ଟ ଅନୁଯାୟୀ ପୁଅ ଜଗବନ୍ଧୁ ଦାଶ ତା 5/8/2025 ରିଖ ପୁରୀ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ଏବଂ ତା 6/8/2025 ରିଖରେ ମୃତ୍ୟୁ ବରଣ କରିଛନ୍ତି. ତେବେ ମୃତ୍ୟୁ ପରେ କୁମ୍ଭାରପଡା ପୋଲିସ ଡେଡବଡ଼ି ଆଣି କଟକ ପଠାଇ ଦେଇଥିଲା. ହେଲେ ପୁରୀ ହସ୍ପିଟାଲରୁ ଡେଡବଡ଼ି ଆଣିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ କଲାନାହିଁ କାହିଁକି? ସେହିପରି କଟକରେ ଡେଡବଡ଼ିର ପିତାଙ୍କୁ ଡେଡବଡ଼ି ଦେଲା ବେଳେ କଟକରେ ମଧ୍ୟ ପୋଷ୍ଟ ମୋର୍ଟମ କରାଗଲାନାହିଁ କାହିଁକି? ଏମିତିରେ ଅଜଣା ଶବ ଦିନଦିନ ଧରି ପଡି ରହୁଥିବା ବେଳେ, ଏହି ଶବ ସଂସ୍କାର ପାଇଁ କର୍ତୃପକ୍ଷ ଏବଂ ପୋଲିସ ଏତେ ତତ୍ପରତା ଦେଖାଇବାର ଅନ୍ୟକିଛି କାରଣ ଅଛିକି? ପୁଅକୁ କେଉଁ ପରିସ୍ଥିତିରେ ମୃତ ଜଗବନ୍ଧୁଙ୍କୁ ପୁରୀ ହସ୍ପିଟାଲରେ କିଏ ଆଡ଼ମିସନ କରିଥିଲା ଏବଂ ରାତି 12.20ରେ ଜଗବନ୍ଧୁଙ୍କ ବୃଦ୍ଧ ପିତାଙ୍କୁ 8018700140 ନମ୍ବରରୁ ଫୋନ କରିଥିବା ସୁନୀଲ ମିଶ୍ର ନାମକ ବ୍ୟକ୍ତି ଜଣକ ବାଟବରେ କିଏ ? ପୁନଶ୍ଚ ରାତି 12.20 ମିନିଟରେ ପୁଅ ସିରିଏସ ବୋଲି ଫୋନ କରାଯାଇଥିବା ବେଳେ, କଟକ ଶବ ଗୃହର ଡ୍ୟୁଟିରେ ଥିବା ସିକ୍ୟୁରିଟି ସୁପରିନଟେଣ୍ଡେଟଙ୍କ ଆଗରେ କହିବା ମୁତାବକ ରାତି 2.20 ମିନିଟରେ କୁମ୍ଭାରପଡା ପୋଲିସ ଶବ ଆଣି କଟକ ଶବ ଗୃହରେ ପହଞ୍ଚାଇଥିଲା. ତେବେ ଯଦି ଘରଲୋକଙ୍କୁ ଖବର ଦିଆଯାଇଥିଲା ତେବେ 6 ତାରିଖ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଗଲା ନାହିଁ କାହିଁକି? ଶବକୁ କଟକ ପଠାଇବା ଆଗରୁ ପୁଣି ଥରେ ଘର ଲୋକଙ୍କୁ ଯୋଗାଯୋଗ କରାଗଲା ନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନବାଚୀ ଏବେ ବୃଦ୍ଧ ପିତା ମାତାଙ୍କୁ ଅଧିକ ଚିନ୍ତାଗ୍ରସ୍ତ କରିପକାଇଛି. ତେବେ ଏବେବି ନ୍ୟାୟ ପାଇବାର ଆଶା ଛାଡି ନାହାନ୍ତି ବୁଢା ପିତା ମାତା. ପୁରୀ ଏସପି, କଲେକ୍ଟର, ମୟୁରଭଞ୍ଜ ଏସପି, କଲେକ୍ଟର ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି. କ୍ଷୋଭର ସହ ବୃଦ୍ଧ ପିତା କହିଛନ୍ତି ମୋପୁଅକୁ ମାରି ଦିଆ ଯାଇଛି. ଏଣୁ ସରକାର ଏବଂ ପୋଲିସ ମୋତେ ତୁରନ୍ତ ନ୍ୟାୟ ଯୋଗାଇ ନଦେଲେ ଦରକାର ପଡିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ରେ ବସିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବୁଢା ବାପା ଆନନ୍ଦ ଚନ୍ଦ୍ର ଦାଶ. ତେବେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରାଯାଇ ଅସହାୟ ବୁଢା ପିତାମାତାଙ୍କୁ ତୁରନ୍ତ ନ୍ୟାୟ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି.