ଗୁରୁ ପୂର୍ଣ୍ଣିମାରେ ସଦଭାବନା ସମିତିର ୫୫୩ତମ ସନ୍ଥ ଦିବସ .

ଗୁରୁ ପୂର୍ଣ୍ଣିମାରେ ସଦଭାବନା ସମିତିର ୫୫୩ତମ ସନ୍ଥ ଦିବସ .

ଗୁରୁ ପୂର୍ଣ୍ଣିମାରେ ସଦଭାବନା ସମିତିର ୫୫୩ତମ ସନ୍ଥ ଦିବସ .


ଗୁରୁପୂର୍ଣ୍ଣିମା ଅବସରରେ
ସଦ୍‌ଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁଭବନରେ
୫୫୩ତମ ସନ୍ଥ ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଆବାହକତ୍ଵରେ ଅନୁଷ୍ଠିତ ଦିବସରେ ସମିତି ସଦସ୍ୟ ପ୍ରାକ୍ତନ ଅଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦ ପୌରହିତ୍ୟ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ 'ଏବେ ଘରେ ଘରେ ରାମାୟଣ ଘରେ ଘରେ ମହାଭାରତ' ପ୍ରସଙ୍ଗ ଉପରେ ଆଲୋଚନା ରଖାଯାଇଥିଲା। ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ବ୍ୟାସଦେବ ଓ ଚାଣକ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଘରକୁ ଯୌବନର ଉପବନ
ଏବଂ ବାର୍ଦ୍ଧକ୍ୟର ବାରାଣସୀ ମାନି ସରଳ ନିରଳସ ଜୀବନ ଧାରା ଘରକୁ ବୈକୁଣ୍ଠ ସମାନ କରି ଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଓଡିଶାରେ ମାନବ ଧର୍ମର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଘରର ମୁରବୀ ଜଳରେ ପଦ୍ମପତ୍ର ସରି ବୈରାଗ୍ୟ ଭାବକୁ ଆପଣେଇ ଆକଟ ନ ରଖିଲେ ଘର
ରାମାୟଣ ମହାଭାରତର ପୀଠ ପାଲଟିଯାଏ ବୋଲି ବକ୍ତବ୍ୟ ରଖିଥିଲେ। ଉଦ୍‌ଘାଟକ ଭାବେ
ପୂର୍ବତନ ପିସିସିଏଫ ତଥା ଲୋକପାଳ ସଦସ୍ୟ ଦେବବ୍ରତ ସ୍ବାଇଁ ଘର ଏକ ବଞ୍ଚନା ଏବଂ ସଂସ୍କାର ନଥାଇ
ଯେ କୌଣସି ଘର ଗୃହସ୍ଥାଶ୍ରମ ନୁହେଁ
ଦୁଃଖଦାୟକ ବକ୍ତବ୍ୟ ରଖିଥିଲେ।
ସମ୍ମାନୀତ ଅତିଥିଭାବେ ବର୍ଷିୟାନ୍ ସାମ୍ବାଦିକ ଡ ବିଜୟ କୁମାର ଅଗରୱାଲା ଘରେ ପିତାମାତାଙ୍କ ମଧୁର ଆଦର ଆଶିଷର ଅଭାବ ହେଲେ ସେ ଘରେ ରାମାୟଣ
ମହାଭାରତ ସ୍ଵାଭାବିକ୍ ବୋଲି ବାର୍ତ୍ତା ରଖିଥିଲେ।
ଏହି ଦିବସରେ ପ୍ରଜାପିତା ବ୍ରହ୍ମକୁମାରୀ, ସତ ସଙ୍ଗ ବିହାର, ଠାକୁର ନିଗମାନନ୍ଦ, ଗାୟତ୍ରୀ ପରିବାର, ମୁନିସମାଜ, ସତ୍ୟସାଇ ସେବା ସଂସ୍ଥାନ, ବିବେକାନନ୍ଦ କେନ୍ଦ୍ର, ଖାଲସାପନ୍ଥ, ଇସ୍‌ଲାମ୍ ଶାଖା, ଈସାଇ ଶାଖାର ସଦସ୍ୟ ବର୍ଗ ଅଂଶଗ୍ରହଣ ପୂର୍ବକ ନିଜନିଜର ବକ୍ତବ୍ୟ ରଖିଥିଲେ। ସମିତିର ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଅତିଥିଙ୍କୁ ସ୍ଵାଗତ ଓ ଧନ୍ୟବାଦ ଦେଇଥିଲେ ।