ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ।

ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ।

ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ।


ମାଲକାନଗିରି ତା ୦୨/୧୨ ଭାରତିୟ ଜାତୀୟ କଂଗ୍ରେସ ସମଗ୍ର ଦେଶରେ ପ୍ରବକ୍ତା ବା ମୁଖପାତ୍ର ମନୋନୟନ ପାଇଁ ଦେଶବ୍ୟାପୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବର୍ଗର  ଆବେଦନ କରିସାରିଥିବା ବେଳେ ଅଧିକ ସଂଖ୍ୟକ ଯୁବକଯୁବତୀଙ୍କୁ ଏଥିରେ ସାମିଲ କରିବାକୁ ଆବେଦନର ତାରିଖ ୩ ଦିନ  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସ୍ଥାନୀୟ କଂଗ୍ରେସ ଭବନରେ  ଆୟୋଜିତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । କଂଗ୍ରେସ ପାଇଁ ଦକ୍ଷ ଓ ପ୍ରତିଭାବାନ ଉପସ୍ଥାପକ, ମୁଖପାତ୍ର, ଗଣମାଧ୍ୟମ ସଂଯୋଜକ ଏବଂ ଗବେଷଣାତ୍ମକ ସଂଯୋଜକ ମନୋନୟନ ପ୍ରକ୍ରିୟା ସାରାଦେଶରେ କରାଯାଉଛି । ରାଜ୍ୟର ୬ଟି ଜୋନ୍‌ରେ ସଂପୃକ୍ତ
ଦୁଇଜଣ ଲେଖାଏଁ ସ୍ବେଚ୍ଛାସେବୀ ରହିଛନ୍ତି, ଯେଉଁମାନେ କି ଏଆଇସିସିର ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର କରିବା ସହ ପ୍ରକ୍ରିୟା ଯେପରି ସୁରୁଖୁରୁରେ ପରିଚାଳିତ ହୋଇ ପାରିବ ତା'ର ତଦାରଖ ଜାରି ରଖିଛନ୍ତି। କଂଗ୍ରେସ ଦଳ ପକ୍ଷରୁ ସମାଜିକ ଗଣମାଧ୍ୟମରେ ଏକ  କ୍ୟୁଆର କୋଡ୍ ଜାରି କରାଯାଇଛି। ଯାହାକି ସ୍କାନ୍ କଲେ କଂଗ୍ରେସର ୱେବ୍‌ ସାଇଟ୍ ଖୋଲେ, ଆଗ୍ରହୀମାନେ ଆବେଦନ କରି ମନୋନୟନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଦଳ ପକ୍ଷରୁ କୁହାଯାଇଛି। ଦେଶ ସଂପ୍ରତି ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। କେନ୍ଦ୍ର ଓ ରାଜ୍ୟରେ ଶାସନାଧୀନ ବିଜେପି ଆମ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଦଳିମକଚି ଖୀନ୍‌ଭିନ୍‌ କରିଦେବା ପାଇଁ ଚେଷ୍ଟା କରୁଛି । ଅଗଣିତ ଯୁବବର୍ଗଙ୍କ ମନରେ ଏନେଇ କ୍ଷୋଭ ଜାତ ହେଉଛି । ସୁଯୋଗ ମିଳିଲେ ସେମାନେ ଏହି ହୀନଚକ୍ରାନ୍ତର କଡ଼ାଜବାବ ଦେବେ ଓ ବ୍ୟାପକ ଜନସେଚତନତା ସୃଷ୍ଟି କରିପାରିବେ। କଂଗ୍ରେସ ଏଥିପାଇଁ ଆଗେଇ ଆସି ଯୁବବର୍ଗଙ୍କୁ ସୁଯୋଗ ଦେଉଛି। ଅନ୍ୟାୟ ଅନୀତି ବିରୋଧରେ ସ୍ବର ଉତ୍ତୋଳନ କରି ଦେଶମାତୃକାର ସେବା କରିବାକୁ ଚାହୁଁଥ‌ିବା ତଥା କଂଗ୍ରେସର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମରେ ବିଶ୍ବାସ ରଖୁଥିବା ବନ୍ଧୁମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଏଆଇସିସିର ‘ଜାତୀୟ ମେଧା ଅନ୍ବେଷଣ' କାର୍ଯ୍ୟକ୍ରମ ଜରିଆରେ ସୃଷ୍ଟି କରାଯାଇଥିବା ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ (ଚିଟି ଭାଇ) ଜିଲ୍ଲା ର ଜନସାଧାରଣ ଙ୍କୁ ସୂଚନା ଦେଇଛନ୍ତି। ଆଜିର ଏଜି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଳା ସମ୍ପାଦକ ପଦ୍ମ ପାଙ୍ଗି, ପ୍ରଭାକର ପାଳ,ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ , ରହିମ୍ ଖାନ ଓ ଅନ୍ୟାନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।

ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର