ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ।

ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ।

ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ। ମାଲକାନଗିରି ୭/୧୧ ମାଲକାନଗିରି ଏମ୍‌ ଭି-୭ ଜଗନ୍ନାଥପାଲୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦ୍ବାଦଶ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟନ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତାରେ ୭ଟି ବ୍ଳକରୁ ୩୨୦ ଛାତ୍ରଛାତ୍ରୀ କ୍ରିକେଟ୍, ଫୁଟ୍‌ବଲ୍‌ ଓ ଦୌଡ଼କୁଦ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାରୀ, ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଜିର ଉଦଜାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାରୀ ତାଙ୍ଗୁଲୁ, ଅଧ୍ଯକ୍ଷା ଜିଲ୍ଲା ପରିଷଦ,ମାଲକାନଗିରି ମୁଖ୍ୟ ବକ୍ତା ସୋମନାଥ ପ୍ରଧାନ, ଓ.ପ୍ର.ସେ (ଏସ୍.ଏ.ଜି) ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ସମ୍ମାନୀୟ ଅତିଥି ମୁନ୍ନା ତୁରୁକ, ଜିଲ୍ଲା କ୍ରୀଡା ଅକାରୀ, ମାଲକାନଗିରି ସତ୍ୟ ଶରଣ ପାଲ୍, ବିଧାୟକ ପ୍ରତିନିଧି,ମାଲକାନଗିରି, ମଞ୍ଜୁଲଡା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅକାରୀ,ମାଲକାନଗିରି,ଭାଗିରଥ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଗୀତା ପଡିଆମି, ସରପଞ୍ଚ, ତମସା ରମେଶ ଚନ୍ଦ୍ର ବାରୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କାଲିମେଳା ବ୍ଳକ୍ ଅସିତ କୁମାର ମିସ୍ତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରୁକୋଣ୍ଡା ବ୍ଲକ୍ ଦିଲିପ କୁମାର ଗଣ୍ଡ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଇରପୁଟ ବ୍ଲକ୍ ବିଜୟ କୁମାର ବିଶ୍ବାସ, ପୁର୍ବତନ ସଭାପତି, ଏସ୍.ଏମ୍.ସି ପ୍ରମୁଖ ଯୋଗଦେଇ ଶିକ୍ଷା ସହିତ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର