ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଖୋ-ଖୋ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଖୋ-ଖୋ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଖୋ-ଖୋ ପ୍ରତିଯୋଗିତା ମୟୂରଭଞ୍ଜରୁ ୨୩ ସାମିଲ ================== ଓଡିଶା ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଖୋ- ଖୋ ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାସ୍ଥିତ ଧନୁର୍ଜୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଠାରେ ଅନୁଷ୍ଠିତ ହେବ l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱବଧାନରେ ମୟୂରଭଞ୍ଜ ଜିଲ୍ଲାରୁ ୧୨ ଜଣ ଛାତ୍ର ଓ ୧୧ ଜଣ ଛାତ୍ରୀ ଯୋଗ ଦେବେ l ବାଳକ ଟିମ ମ୍ୟାନେଜର ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ଼ସାହି ର ପିଇଟି ଧର୍ମେନ୍ଦ୍ର ପଣ୍ଡା ଓ ବାଳିକା ଟିମ ମ୍ୟାନେଜର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ର ପିଇଟି ସୁନିତା ଚାମ୍ପିୟା ଙ୍କ ନେତୃତ୍ୱ ରେ ମୟୂରଭଞ୍ଜ ଜିଲ୍ଲାରୁ ୨୩ ଜଣ ପ୍ରତିଯୋଗୀ ଯୋଗ ଦେବେ l ସେମାନେ ହେଲେ ୧୪ ବର୍ଷରୁ କମ ବାଳକ ବିଭାଗରେ ଦୁର୍ଗା ହାଁସଦା,କେଶରୀ ଟୁଡୁ, ରଘୁନାଥ ମାଝୀ,କାରାନ ମୁର୍ମୁ, ଲାଲୁ ମାରାଣ୍ଡି,ସଧାଈ ସୋରେନ, ଯାତୁର ହାଁସଦା, ତପନ ଗୋଛାୟତ, ସମୀର ନାଏକ, ବାଦଲ ଟୁଡୁ, ରାମ ମାରାଣ୍ଡି, ରାମ ହେମ୍ବ୍ରମ ଓ ବାଳିକା ବିଭାଗରେ ସିନଗ ମୁର୍ମୁ, ସଂଗୀତା ସିଂ, ଲଚ୍ଛମିନ ସୋରେନ, ଲେଛେ ମୁର୍ମୁ, ମଧୁସ୍ମିତା ନାଏକ, ଲକ୍ଷ୍ମୀ ହେମ୍ବ୍ରମ, ଲକ୍ଷ୍ମୀ ସିଂ,ମୁକ୍ତା ଉଗ୍ରସେନ, ପିଙ୍କି ସାମାଡ଼, ଜୁଲି ମାରାଣ୍ଡି, ଅନୀତା ହାଁସଦା l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି l