ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ .

ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ .

ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ .
      

   ନୟାଗଡ (ତା ୧0-୧0_୨0୨5 )ନୟାଗଡ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ପଠାଣି ସାମନ୍ତ ସଂସ୍କୃତି ଭବନ, ନୟାଗଡ ଠାରେ ମହାସମାରୋହରେ ପାଳନ କରାଯାଇଥିଲା । ଏହା ପ୍ରାତଃ ୦୭.୦୦ ଘଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ନ ୦୩.୦୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବସରରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଯୋଗ ଶିବିର, ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଚେତନତା ସଭାର ଆୟୋଜନ କରଯାଇଥିଲା । ଭଗବତୀ ଚରଣ ପଟ୍ଟନାୟକଙ୍କ ଦ୍ଵାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ କରାଯିବା ସହିତ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରଯାଇଥିଲା । 
ଉକ୍ତ ଦିନ ଅତିରିକ୍ତ ଜିଲ୍ଳାପାଳ, ନୟାଗଡ  ରୋଜିନା ଦାସଙ୍କ  ସଭାପତିତ୍ଵ ରେ ଏକ ସୁନ୍ଦର ସଭା ର ଆୟୋଜନ  କରାଯାଇଥିଲା। ମାନ୍ୟବର ବିଧାୟକ, ଖଣ୍ଡପଡା ଦୁଷ୍ମନ୍ତ କୁମାର ସ୍ଵାଇଁ  ମୁଖ୍ୟ ଅତିଥି ହିସାବରେ ଏଥିରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ଉପସ୍ଥିତ ସମସ୍ତ ସଭ୍ୟ ଏବଂ ବରିଷ୍ଠ ନାଗରିକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧକାରୀ  ସର୍ବେଶ୍ଵର ପାଣିଗ୍ରାହୀ ଆୟୋଜିତ ସଭାର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଶଦଭାବେ ଆଲୋକପାତ କରିଥିଲେ। ଏଥିସହିତ ଏହି ସଭାରେ ସମ୍ମାନିତ ଅତିଥି ଜିଲ୍ଳା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ  ଡି.ଏସ.ପି   ସୁକାନ୍ତ ପାତ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,  ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ADPHO(DC) ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦିନ ନୟାଗଡ ସହରର ବୟୋଜ୍ୟଷ୍ଠ ଶତାୟୁ ବ୍ୟକ୍ତି ଦେବରାଜ ଆଚାର୍ଯ୍ୟ, ସମାଜରେ ବରିଷ୍ଠ ନାଗରିକଙ୍କ ଉଲେଖନୀୟ କାର୍ଯ୍ୟ ନିମନ୍ତେ  ବିଶିଷ୍ଠ ବ୍ୟକ୍ତି  ଭଗବତୀ ଚରଣ ପଟ୍ଟନାୟକ ଓ ପ୍ରତାପ କୁମାର ନନ୍ଦ ଙ୍କୁ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଇତି ଅବସରରେ ବ୍ଲକ ସ୍ତରରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧକାରୀ, ନୟାଗଡ  କାମଦେବ ନାୟକ ସଭା ପରିଚାଳନା କରିଥିବା ବେଳେ ବ୍ଲକ ଓ ଜିଲ୍ଳାସ୍ତରୀୟ କର୍ମକର୍ତ୍ତା ସହଯୋଗ କରିଥିଲେ।

ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର