ଝାରବନ୍ଧ କଲେଜ୍ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ .

ଝାରବନ୍ଧ କଲେଜ୍ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ ବରଗଡ - ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟରର ଫଳାଫଳ ପ୍ରକାଶିତ ହୋଇଛି । ଏଥିରେ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ଝାରବନ୍ଧ ର ଅର୍ଥନୀତି ବିଭାଗର ଛାତ୍ର ଉତ୍ତମ କୁମାର ସାହୁ ୯.୬୦ ପଏଣ୍ଟ ମାର୍କ ରଖି ସମଗ୍ର ବିଶ୍ଵବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତଥା ଅର୍ଥନୀତି ବିଭାଗର ସ୍ନାତକ ରେ ଟପ୍ପର ମାନେ ଆଜି ପର୍ଯ୍ୟନ୍ତ ରଖିଥିବା ସମସ୍ତ ମାର୍କ ଠାରୁ ମଧ୍ୟ ଅଧିକ ପ୍ରତିଶତ ରଖି ଏକ ନୂଆଁ ରେକର୍ଡ ସ୍ଥାପିତ କରିଛନ୍ତି । ଉତ୍ତମ କୁମାର ସାହୁ ଝାରବନ୍ଧ ନିବାସୀ ଶ୍ରୀ ଚତୁର୍ଭୁଜ ସାହୁ ଓ ମହଦା ସାହୁଙ୍କ ସୁପୁତ୍ର । ଏଥି ସହିତ ଓଡ଼ିଆ ବିଭାଗରେ ଛାତ୍ରୀ ଦିବ୍ୟା ପଟେଲ ୯.୦୫ ପଏଣ୍ଟ ମାର୍କ ରଖି ସମଗ୍ର ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ଓ ନିକି ବାଗ୍ ୮.୮୩ ପଏଣ୍ଟ ମାର୍କ ରଖି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବେହେରାଙ୍କ ପରାମର୍ଶ, ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରଚେଷ୍ଟା ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଝାରବନ୍ଧ ମହାବିଦ୍ୟାଳୟ ରୁ ଏହିଭଳି ଉଚ୍ଚ ମାର୍କ ରଖି ଛାତ୍ରଛାତ୍ରୀ ଉନ୍ନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଝାରବନ୍ଧ କଲେଜ୍ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ .