ପୈାର ପରିଷଦରେ ହଟ୍ଟଗୋଳ ଯୋଗୁଁ ଅଧାରୁ ବୈଠକ ବନ୍ଦ I

ପୈାର ପରିଷଦରେ ହଟ୍ଟଗୋଳ ଯୋଗୁଁ ଅଧାରୁ ବୈଠକ ବନ୍ଦ I
ନୟାଗଡ଼,୨୬/୭: ନୟାଗଡ଼ ପୌର ପରିଷଦରେ ବିକାଶ କାର୍ଯ୍ୟ ଆଗେଇ ପାରୁନଥିବା ନେଇ ବିଧାୟକ ଡଃ ଅରୁଣ କୁମାର ସାହୁ କ୍ଷୋଭ ପ୍ରକାଶ କରିବା ସହ ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ତାଗିଦ୍ କରିଛନ୍ତି। ଏପରିକି ବୈଠକରେ ହଟ୍ଟଗୋଳ ଯୋଗୁଁ ଆଲୋଚନା ଅଧାରୁ ବଦ ହୋଇଥିବା ଦେଖିବାକୁ ମିଳିଛି ସହରରେ ଷ୍ଟ୍ରିଟ୍ ଲାଇଟ୍ ଠିକ୍ ଭାବରେ ଆଉ ଜଳୁନି, ପରିମଳ ବ୍ୟବସ୍ଥା ବିଗିଡ଼ି ଗଲାଣି,ପ୍ରତ୍ୟେକ ୱାର୍ଡରେ ଯେପରି ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବା ପାଇଁ କମିଟି ଗଠନ କରାଯାଇଥିଲା ତାହା କାର୍ଯ୍ୟକ୍ଷମ ହୋଇପାରୁନି।ଯାହାକୁ ନେଇ ପୈାର ପରିଷଦ ବୈଠକରେ ହୋହଲ୍ଲା ହେବା ସହ ବୈଠକ ଅଧାରୁ ବାତିଲ୍ ହୋଇଛି। ଫଳରେ ବୈଠକରେ ସମସ୍ତ ପ୍ରସଙ୍ଗ ଆଲୋଚନା ହୋଇପାରିନଥିଲା। ପୁଣି ଥରେ ଆସନ୍ତା ମାସରେ ବୈଠକ ଡକାଯାଇ ବାକିଥିବା ପ୍ରସଙ୍ଗଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛ| କାଉନସିଲରମାନେ ନୟାଗଡ଼ ସହରର ବିଭିନ୍ନ ସ୍ଥାନକୁ ଯାଇ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଯୋଜନା ପ୍ରସ୍ତୁତ କରିଥିଲେ।ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକ ଆରମ୍ଭରୁ
ବଲାଙ୍ଗୀ ପାର୍କ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କାଉନସିଲରମାନଙ୍କ ପ୍ରକଳ୍ପ ସବୁର ଯୋଜନାକୁ ନିର୍ବାହୀ ଅଧିକାରୀ କାର୍ଯ୍ୟକାରୀ କରାଉନଥିବା ଅଭିଯୋଗ କରିବା ଏ ନେଇ ପଦକ୍ଷେପ ନେବାକୁ ବିଧାୟକଙ୍କ ଦୃଷ୍ଟିକୁ ଆଣିଥିଲେ | ଗତ ସାଧାରଣ ନିର୍ବାଚନ ପରଠାରୁ କୌଣସି ଉନ୍ନୟନ ତଥା ବିକାଶମୂଳକ କାର୍ଯ୍ୟ ହେଉନଥିବାରୁ ପ୍ରତ୍ୟେକ ୱାର୍ଡରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଥିବା କାଉନସିଲର୍ମାନେ କହିଥିଲେ। ଯେତେ ଅଭିଯୋଗ କଲେ ମଧ୍ୟ ନିର୍ବାହୀ ଅଧିକାରୀ ସେମାନଙ୍କୁ ଅଣଦେଖା କରୁଥିବା କାଉନସିଲରମାନେ ଅଭିଯୋଗ କରିଥିଲେ।ତେବେ ଏହାର କାର୍ଯ୍ୟକୁ ସମୀକ୍ଷା କରାଯିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ | ନୟାଗଡ଼ କରାଯିବା ସହ କାମ ଆରମ୍ଭ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।
ନୟାଗଡ଼ରୁ ଅଶୋକ କୁମାର ସାଥୁଆ, ବିଶେଷ ଖବର