ଝାରବନ୍ଧ ବ୍ଲକରେ. ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ମହା ଦୁର୍ନୀତି l

ଝାରବନ୍ଧ ବ୍ଲକରେ. ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ମହା ଦୁର୍ନୀତି l

ଝାରବନ୍ଧ ବ୍ଲକରେ. ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ମହା ଦୁର୍ନୀତି l ଝାରବନ୍ଧ :-(ବିୟୁରୋଙ୍କ ରିପୋର୍ଟ ) ଘଟଣାଟି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅଞ୍ଚଳର ଚାଷୀଙ୍କ ପାଇଁ ଏକ ଅଶୁଭ ବାର୍ତ୍ତା ଭଳି ଜଣା ପଡୁଛି l କାରଣ, ଝାରବନ୍ଧ ବ୍ଲକର ଜଗଦଳପୁର, ଲଉଡ଼ିଧରା, କୁମ୍ଭୀର, ଡଭା, ଛୋଟ ଅନକି, ଭଣ୍ଡାରପୁରୀ ଓ କୁରୁଲୁପାଲି ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିବା ଅଧିକାରୀ ଚନ୍ଦ୍ରକାନ୍ତ ପଧାନ ଚାଷୀଙ୍କୁ ହତଭାଗା ସଜାଇଦେଇଛନ୍ତି l ବିଷୟଟି ଅତିଶୟ ହେତୁ ବରଗଡ଼ ଜିଲ୍ଲାପାଳଙ୍କୁ ଜନଶୁଣାଣୀରେ କିଛି ଚାଷୀ ଲିଖିତ ଅଭିଯୋଗ ଜଣାଇଛନ୍ତି l ତାଙ୍କ ପାଖରୁ ସୂଚନାରୁ ଜଣା ପଡୁଛି ଯେ ଏହି ଗ୍ରାମ ଗୁଡିକରେ ଦାୟିତ୍ୱ ନେଇଥିବା ଉଦ୍ୟାନ କୃଷି ସହକାରୀ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ପଧାନ କେଉଁଠାରେ ଅଫିସ ଚଳାଉଛନ୍ତି ଜଣା ପଡୁନାହିଁ l ଆହୁରି ଗୁପ୍ତ ସୂତ୍ରରୁ ଜଣା ପଡୁଛି କି ନିଜ ସମ୍ପର୍କୀୟ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଗୋବିନ୍ଦ ପଧାନ ଏଥିପ୍ରତି ପଦକ୍ଷେପ ନ ନେଇ ଓଲଟା ବିନା ଡିଉଟିରେ ଦରମା ମଧ୍ୟ ଶ୍ରୀ ଚନ୍ଦ୍ରକାନ୍ତ ପଧାନ ପାଇଁ ପାରୁଛନ୍ତି l ପୁଣି ସରକାରଙ୍କ ଯୋଜନା କେହି ନ ପାଇ ସମସ୍ତ ଆତ୍ମସାତ ହୋଇଯାଉଛି l ତଥାପି ଉଚ୍ଚ କର୍ତୃପକଗ୍ୟ ଆଜି ପର୍ଯ୍ୟନ୍ତ ତାର କିଛି ପଦକ୍ଷେପ ନେଇ ନାହାନ୍ତି l କିନ୍ତୁ ଅନ୍ୟ ଗ୍ରାମ ପଞ୍ଚାୟତ ଗୁଡିକରେ ସରକାରୀ ଯୋଜନା ପାଇଁ ଉପକୃତ ହୋଇ ପରଛାନ୍ତି l ଗୁପ୍ତ ସୂତ୍ରରୁ ଏହି ଯେ ଶ୍ରୀ ଚନ୍ଦ୍ରକାନ୍ତ ପଧାନ ଅଠରରୁ କୋଡିଏ ମାସ ଘରେ ଥାଇ ଦରମା ନେଇ ସାରିଛନ୍ତି l ଯଦି ଜାଣେ ସରକାରୀ କର୍ମଚାରୀ ହେଉଛି ଜଣାପଡୁଛି ମାସକୁ ଦରମା ନିଶ୍ଚିତ ମିଳିବ l ଏହା କଣ ଠିକ ନା ଭୁଲ ନିଜେ ଭାବି ପାରୁନାହିଁ l ଚାଷୀଙ୍କୁ ପଚାରି ବୁଝିବା-- ଯଦି କିଛି ପ୍ରତିକ୍ରିୟା ନ ହୁଏ ତେବେ ଅଂଚଳବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ନଶ୍ଚିତ ବୋଲି ଜଣା ପଡୁଛି l ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ