ଡ଼ କିଶୋର କରଙ୍କୁ ସମ୍ବର୍ଦ୍ଧନା ,
ଡ଼ କିଶୋର କରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୩/୧୧: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡିଶା ଶାଖା ପକ୍ଷରୁ ସର୍କିଟ ହାଉସଠାରେ ଓ ଲୟନ୍ସ କ୍ଳବ ପକ୍ଷରୁ ଲୟନ୍ସ କ୍ଳବରେ ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ଡକ୍ଟର ଉପାଧି ମିଳିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶ ଥାଉକି ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନର ଜାତୀୟ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜ୍ୟ ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ରହି ଡ଼ କିଶୋର କରଙ୍କୁ ସମ୍ମାନିତ କରିଥିଲେ। ଗ୍ଲୋବଲ ୟୁନିଭରସିଟି ପକ୍ଷରୁ ଏହି ମାନପତ୍ର ପ୍ରଦାନ କରାଯଇଛି।



