ଡୁମୁଡୁମା ଠାରେ ଥିବା  ( ଡ଼ି.ଏନ ଅକସି ପାର୍କ ) ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି..!

ଡୁମୁଡୁମା ଠାରେ ଥିବା  ( ଡ଼ି.ଏନ ଅକସି ପାର୍କ ) ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି..!

ଡୁମୁଡୁମା ଠାରେ ଥିବା  ( ଡ଼ି.ଏନ ଅକସି ପାର୍କ ) ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି..!
 ଏଠାରେ ଥିବା, ହାଉସିଂ ସୋସାଇଟି ପକ୍ଷରୁ ଏହା ପାଳନ କରାଯାଇଥିଲା..! ପ୍ରଥମରେ, ଏହାର ସଭାପତି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଉପ-ସଭାପତି ଶ୍ରୀ ଉମେଶ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ସଭ୍ୟ ପ୍ରମୁଖ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ, ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ, କୁନି କୁନି ଶିଶୁମାନଙ୍କ ଦ୍ବାରା, ବନ୍ଦେଉତ୍କଳ
ଜନନୀ ଗାୟନ କରାଯିବା ପରେ,   ଶ୍ରେୟା ଏବଂ ସିପ୍ରା ପରିଡା ଙ୍କ ଦ୍ୱାରା, ଅତ୍ୟନ୍ତ ଚମତ୍କାର ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା., ଯାହାକି, ଏହି ମନୋରମ ସନ୍ଧ୍ୟାର ପ୍ରାରମ୍ଭିକ ଆକର୍ଷଣ ଥିଲା..!ଏହି ଉତ୍ସବରେ,ଶ୍ରୀମତୀ ସଂଜୁରାଣୀ ମିଶ୍ରଙ୍କ ଦ୍ବାରା, ଲିଖିତ, ଓଡ଼ିଆ ସଂସ୍କୃତି ଏବଂ
ପରମ୍ପରାକୁ ନେଇ ଲେଖା ଯାଇଥିବା ଗୀତ (ଆମେ ଓଡ଼ିଆ ) ଅତ୍ୟନ୍ତ, ସୁନ୍ଦର ଭାବରେ, ସୋସିଏଟିର ମହିଳା କଣ୍ଠଶିଳ୍ପୀ, ଶ୍ରୀମତୀ ସଂଜୁରାଣୀ ମିଶ୍ର,ସାଧନା ମହାପାତ୍ର,ସଞ୍ଚିତ ଉଦଗାତା, ଗଙ୍ଗୋତ୍ରୀ ପଣ୍ଡା,ଶାରଳା ମିଶ୍ର,ସମିତା ମହାପାତ୍ର,ଅଞ୍ଜଳି ପଣ୍ଡା,ପଦ୍ମା ମିଶ୍ର,ଏବଂ ମିନତୀ ଦାସ ଙ୍କ  ଦ୍ବାରା ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମ ଶେଷରେ ସୋସାଇଟି ର ସମ୍ପାଦକ  ଶଶୀଭୂଷଣ
ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ |
ଏହି କାର୍ଯ୍ୟକ୍ରମକୁ  ଶାସ୍ବତୀ ଏବଂ ଅପରିମିତା ସଂଚାଳନ କରିଥିବା ବେଳେ,ଏହାକୁ ପରିଚାଳନା 
କରିଥିଲେ,  ଉପ-ସଭାପତି ଶ୍ରୀ ଉମେଶଚନ୍ଦ୍ର ମହାପାତ୍ର ଏବଂ ସାଂସ୍କୃତିକ ସଭ୍ୟ
ଶ୍ରୀମତୀ ଶୈଳ ମିଶ୍ର...!  ଏହି ଅବସରରେ, ଶିଶୁ କଳାକାରମାନେ ,ସମ୍ବଲପୁରୀ ଢେମସା ନୃତ୍ୟ ପରିବେଷଣ କରିଥିଲେ..