ମହାସମାରୋହରେ ପାଲିତ ହେଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ  .

ମହାସମାରୋହରେ ପାଲିତ ହେଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ  .

ମହାସମାରୋହରେ ପାଲିତ ହେଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ  .


ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାସମାରୋହରେ ପାଲିତ ହୋଇଯାଇଛି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ l ତା ୩୦/୦୩/୨୦୨୫ ରିଖ ଦିନ ସନ୍ଧ୍ୟା ୫ଟା ସମୟରେ ହିନ୍ଦୁ ନବବର୍ଷ ଚୈତ୍ର ମାସ ଶୁକ୍ଳ ପ୍ରତିପତା ଦିନକୁ ଝାରବନ୍ଧ ହିନ୍ଦୁ ସଂଗଠନ ତରଫରୁ ମହାସମାରୋହରେ  ପାଳନ କରାଯାଇଥିଲା l ଏଥିରେ କୁମାର ଗୌରବ ବେହେରା,ରାକେଶ କୁମାର ଅଗ୍ରୱାଲ,ରାମକୃଷ୍ଣ ପ୍ରଧାନ ଙ୍କ ତତ୍ବାଵଧାନରେ ଝାରବନ୍ଧ ମୁଖ୍ୟ ଛକ ଠାରୁ ଏକ ବିଶାଳ ପଦଯାତ୍ରାରେ ବାହାରି ସମଗ୍ର ଝାରବନ୍ଧ ଗ୍ରାମ ପରିକ୍ରମା କରିଥିଲେ l ସମଗ୍ର ଝାରବନ୍ଧ ଗ୍ରାମ ପ୍ରରିକ୍ରମା କରି ମୁଖ୍ୟ ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ରାଷ୍ଟୀୟ ସ୍ୱୟଂ ସେବକ ସଂଘ ର ବରିଷ୍ଟ କାର୍ଯ୍ୟକର୍ତ୍ତା ତଥା ଝାରବନ୍ଧ କଲେଜ ର ଅବସର ପ୍ରାପ୍ତ ଅଧକ୍ଷ ଶ୍ରୀ ସାନ୍ଦଦ କୁମାର ସାହୁ ସମସ୍ତ ସଂଗଠନ କାର୍ଯ୍ୟ କର୍ତ୍ତା ମାନଙ୍କୁ ସମ୍ବେlଧନ କରଥିଲେ l ଦୀର୍ଘ ବର୍ଷର ଐତିହ, ସଂସ୍କାର , ସଂକୣତି,ପରମ୍ପରାକୁ ବଜାଇ ରଖିବା ପାଇଁ ଭବିଷ୍ୟତର  ଯୁବପିଡି ମାନଙ୍କୁ କୁ ଦିଗଦର୍ଶନ ଦେବା ପାଇଁ ଯୁବ ସମାଜ ମାନଙ୍କୁ ଉଦବୋଧନ ଦେଇଥିଲେ l ଏଥିରେ ହରିହର ସାହୁ, ଵଜରଙ୍ଗ ଅଗ୍ରୱାଲ,ସନ୍ତୋଷ କୁମାର ବେହେରା ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ଶ୍ରୀ ରାମକୃଷ୍ଣ ପ୍ରଧାନ ଧନ୍ୟବାଦ ଦେବା ପରେ ସାମୁହିକ ପ୍ରସାଦ ସେବନ କରିଥିଲେ l