ତାଣ୍ଡବ ରଚିଲା କାଳ ବୈଶାଖୀ ଉଜୁଡିଗଲା ଅସ୍ଥାୟୀ ଅଙ୍ଗନ ୱାଡି କେନ୍ଦ୍ର l

ତାଣ୍ଡବ ରଚିଲା କାଳ ବୈଶାଖୀ ଉଜୁଡିଗଲା ଅସ୍ଥାୟୀ ଅଙ୍ଗନ ୱାଡି କେନ୍ଦ୍ର l ମାଲକାନଗିରି ୨୧,୦୪, ୨୦୨୫ (ଶିବପ୍ରସାଦପରିଛା ବିଶେଷ ଖବର) ଗତକାଲି ସାଧ୍ୟରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ କାଳ ବୈଶାଖୀ ତାଣ୍ଡବ ରଚିଛି।ଅଦିନିଆ ତାଣ୍ଡବଲୀଳା ରେ ସମସ୍ତ ୨୦ ଟି ପଂଚାୟତରେ ବ୍ୟାପକ ଖୟକ୍ଷତି ହୋଇ ଥିବା ବେଳେ ସାଲିମି ପଞ୍ଚାୟତ ର ତାଳ ପଦର ଗ୍ରାମର ଅସ୍ଥାୟୀ ଅଙ୍ଗନବାଡ଼ି ଚାଲୁଥିବା ବେଳେ ଗତକାଲି କାଳ ବୈଶାଖୀ ରେ ଗଛ ପଡି ସମ୍ପୂର୍ଣ୍ଣ ଭାବରେ ଘର ଭାଙ୍ଗି ଯାଇଥିବା ସାଲିମି ସରପଞ୍ଚ ବନ୍ଧୁ ଭୂମିଆ ଅଭିଯୋଗ କରିଛନ୍ତି।ଏବେ କୁନି କୁନି ଶିଶୁ ମାନଙ୍କୁ କିପରି ଶିକ୍ଷା ଓ ପୃଷ୍ଟିକର ଖାଦ୍ୟ ଦିଆଯିବ ଏବେ ଚିନ୍ତାରେ।ଏହି ପରିପ୍ରେକ୍ଷୀରେ ରାଜସ୍ୱ ବିଭାଗର କର୍ମଚାରୀ ମାନେ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ସାଲିମି ର ପୂର୍ବତନ ସରପଞ୍ଚ ବିଜୟଲକ୍ଷ୍ମୀ ଭୂମିଆ ଓ ସମିତି ସଭ୍ୟ ତ୍ରିନାଥ ମାଝୀ ଅଭିଯୋଗ କରିଛନ୍ତି।ସେହିପରି ବିଦ୍ୟୁତ ବିଭାଗରେ ବ୍ୟାପକ କ୍ଷତି ହୋଇ ଥିବା ବେଳେ ବିଦ୍ୟୁତ କର୍ମଚାରୀ ମାନେ ଯୁଦ୍ଧ କାଳୀନ ଭିତ୍ତିରେ ତୁରନ୍ତ ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚେଇବା ପାଇଁ ଦିନ ରାତି କାର୍ଯ୍ୟକ୍ରମ କରୁଥିବା ବୋଲି କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ମହାରଣା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ମାଲକାନଗିରି ରୁ ଶିବପ୍ରସାଦ ପରିଛା ଙ୍କ ରିପଟ ବିଶେଷ ଖବର

ତାଣ୍ଡବ ରଚିଲା କାଳ ବୈଶାଖୀ ଉଜୁଡିଗଲା ଅସ୍ଥାୟୀ ଅଙ୍ଗନ ୱାଡି କେନ୍ଦ୍ର l