ନିଆଁ ଲାଗି ଜଳିଗଲା ସାଢ଼େ ତିନି ଏକରର ଧାନ ଖରି I

ନିଆଁ ଲାଗି ଜଳିଗଲା ସାଢ଼େ ତିନି ଏକରର ଧାନ ଖରି I

ନିଆଁ ଲାଗି ଜଳିଗଲା ସାଢ଼େ ତିନି ଏକରର ଧାନ ଖରି I

ବୌଦ୍ଧ: ସାରା ଓଡ଼ିଶାବାସୀ ଆଜି ପାଳନ କରିଛନ୍ତି ମାର୍ଗଶିର ଶେଷ ଗୁରୁବାର l ଘରେ ଘରେ ମାତା ଲକ୍ଷ୍ମୀଙ୍କ ପୂଜା l କିନ୍ତୁ ଆଜି ଦିନରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ର ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ମୁଣ୍ଡରେ ରାସ୍ତା କଡ଼ରେ ଗଦା ହୋଇଥିବା ସାଢ଼େ ତିନି ଏକର ଜମିର ଧାନ ଖରି ଜାଳି ନଷ୍ଟ ହୋଇଯାଉଛି l ମହୁଲ ପାଲି ଗ୍ରାମର ନରେନ୍ଦ୍ର ପ୍ରଧାନ ଅଢେଇ ଏକର ଓ ଅଶ୍ଵିନୀ ପ୍ରଧାନ ଙ୍କ ଏକ ଏକର ଜମିରୁ ଧାନ କାଟି ରାସ୍ତା କଡ଼ରେ ଗଦା କରି ଧାନ ଅମଳ ପାଇଁ ହାରବେଷ୍ଟର  ର ଅପେକ୍ଷାରେ ଥିଲେ l ଆଜି ସେମାନଙ୍କ ଅଭିଯୋଗ   ମୁତାବକ କେହି ଦୁବୃର୍ତ୍ତ ଧାନ ଖରିରେ ଜାଣିଶୁଣି  ନିଆଁ ଲଗେଇ ଦେଇଥିବା ହେତୁ ସାଢ଼େ ତିନି ଏକର ଜମିର ଧାନ ଜାଳି ପୋଡି ନଷ୍ଟ ହୋଇଯାଉଛି l ଖବର ପାଇ ବୌଦ୍ଧ ଦମକଳ ବାହୀନି ଆସି ନିଆଁକୁ ଆୟତ୍ତ କରିଥିଲେ l ନରେନ୍ଦ୍ର ପ୍ରଧାନ ଅତ୍ୟନ୍ତ ଗରିବ ସ୍ତରର l ତାଙ୍କର ଗୋଟେ ପୁଅ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ ଓ ଧାନ ବିକି ପୁଅକୁ  ପରୀକ୍ଷା ଫିସ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ଜରୁରୀ ଥିବା ବେଳେ ଏହି ଘଟଣାରେ ତାଙ୍କ ପରିବାର ଅତ୍ୟନ୍ତ ମ୍ରିୟମାଣ ହୋଇପାରିଛନ୍ତି l ତେବେ ଖବର ପାଇ ସରସରା ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚିଥିବା ଓ କ୍ଷୟକ୍ଷତିର ତଦନ୍ତ କରିଥିବା ବେଳେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତୁରନ୍ତ ଦୁଇ ପରିବାରଙ୍କୁ କ୍ଷତି ପୂରଣ ଦେବାପାଇଁ ସର୍ବସାଧାରଣରେ ଦାବୀ ହେଉଛି l