ନିଜେ ବଞ୍ଚି ଅନ୍ୟ କୁ ବଞ୍ଚାଇଲେ l
ଆମ ଓଡିଶା ରେ ପର୍ଯ୍ୟଟନସ୍ଥଳୀ ପ୍ରାୟତଃ ପଶ୍ଚିମ ଓଡିଶା ରେ ରହିଛି l ଏହିପରି ଏକ ପର୍ଯ୍ୟଟନସ୍ଥଳୀ ହେଉଛି କଳାହାଣ୍ଡି ଜିଲ୍ଲାର ଡୋକରୀଚଞ୍ଚରା ଜଳପ୍ରପାତ l ଯାହା ପାଇଁ ବହୁତ ପର୍ଯ୍ୟଟକ ସେ ସ୍ଥାନ କୁ ମଜାମସ୍ତି ଓ ଭୋଜି କରିବାକୁ ଆସିଥାନ୍ତି l ଏ ସ୍ଥାନ ଟି କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପର୍ଯଟନସ୍ଥଳୀ ମାନ୍ୟତା ପାଇଛି l ଏହି ସ୍ଥାନ କୁ ଯିବାପାଇଁ ହେଲେ ପୋଲସରା ବ୍ଲକ ର ଡୁଡୁଗାଟେଙ୍କା ପଂଚାୟତ ଦେଇ ଖଲିଗଡ଼ ଗ୍ରାମ ରାସ୍ତା ରେ ଯିବାକୁ ପଡିଥାଏ l ପ୍ରାୟ ଗ୍ରାମ ର ରାସ୍ତା ପିଚୁ ରହିଛି କିନ୍ତୁ ଏହି ରାସ୍ତାରେ ଖଲିଗଡ଼ ଗ୍ରାମରେ ଥିବା ଢ଼ଳେଇ ପୋଲ ଟି ଭୁଶୁଡି ଯାଇଛି l ଯାହା ପାଇଁ ବହୁତ ପର୍ଯ୍ୟଟକ ଙ୍କ ସହ ଗ୍ରାମବାସୀ ମାନେ ନାହିଁ ନ ଥିବା ର ସମ୍ମୁଖୀନ ହେଉଛନ୍ତି l ଏପରି କି ପାଖ ଥିବା କେନାଲ ରେ ପାଣିରେ ପଶି ନିଜ ଘର କୁ ଯା ଆସ କରୁଛନ୍ତି ଯାହା ଦୁଃଖ ଓ ପରିତାପ ର ବିଷୟ l ଏହି ସ୍ଥାନ ରେ କିଛି ସୂଚନା ନ ଥିବା ରୁ ବହୁତ ଦୁର୍ଘଟଣା ମାନ ହେଉଛି l ଏହି ପର୍ଯଟନସ୍ଥଳୀ କୁ ବୁଲିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ମାନେ ଯାଇଥିଲେ l
ଏହି ରାସ୍ତାରେ ସେମାନେ ନୂଆ ଥିବା ରୁ ଏହି ଭଙ୍ଗା ପୋଲ କୁ ଯିବା ସମୟରେ ହଠାତ ଡ୍ରାଇଭର ଙ୍କ ନଜର କୁ ଆସିଥିଲା l ଏହା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଓ ଗ୍ରାମବାସୀ ଙ୍କ ସହ କିଛି ପର୍ଯଟନ ମାନେ ମିଶି ରାସ୍ତାରେ ପଥର ରଖିବା ସହ ନାଲି କପଡା ବାଡ଼ି ରେ ପୋତାଗଲା l ଏହା ପରେ ପତାକା ଓ ରାସ୍ତାରେ ଡାଳ ମାନ ରଖାଗଲା l ଯାହା ଫଳରେ ସମସ୍ତେ ଜାଣିବେ ରାସ୍ତା ବନ୍ଦ ଅଛି l ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର କଟକ ଜିଲ୍ଲା ପ୍ରତିନିଧି ମକର ବେହେରା, ଟ୍ରଷ୍ଟ ର ଜୋତିଷ ଗୌରାଙ୍ଗ ନାୟକ, ମନୋଜ ନାୟକ,ଦେବୀ ଶଙ୍କର ବ୍ରହ୍ମା, ଚିତ୍ତରଞ୍ଜନ ବସନ୍ତରା, ଚୈତନ୍ୟ ନାୟକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l
ଗଦାଧର ଦାଶ ବିଶେଷ ଖବର,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତିନିଧି।


admin 
