ନୂଆ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସରେ ଜୋସ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ କାର୍ଯ୍ୟକ୍ରମ.

ନୂଆ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସରେ ଜୋସ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ କାର୍ଯ୍ୟକ୍ରମ.

ନୂଆ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସରେ ଜୋସ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ କାର୍ଯ୍ୟକ୍ରମ ବାରିପଦା ତା 07/10(ପି.ଏନ.ଏସ.) ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କଂଗ୍ରେସ ନିଜର ପୂର୍ବସ୍ଥିତିକୁ ଫେରିବାକୁ ଜୋରଦାର ପ୍ରୟାସ ଚଳାଇ ଥିବା ବେଳେ, ଏବେ କଂଗ୍ରେସ ର ମୟୁରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବରେ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ମନୋନୀତ ହେବା ପରେ ଦଳର ସମସ୍ତ ନେତା ଓ କର୍ମୀ ଙ୍କୁ ଏକାଠି କରି ସଂଗଠନକୁ ମଜଭୁତ କରିବାର ପ୍ରୟାସ ଆରମ୍ଭ କରିଦେଇଥିବା ବେଳେ, ସୁପ୍ତ ପ୍ରାୟ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଜୋସ ଦେଖିବାକୁ ମିଳିଛି. ଆଜି ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସାଙ୍ଗଠନିକ ବୈଠକରେ ଏହାର ଝଲକ ଦେଖିବାକୁ ମିଳିଛି. ରାହୁଲ ଗାନ୍ଧୀଙ୍କ ନାରା ଭୋଟ ଚୋର ଗାଦି ଛୋଡ କୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ନବ ନିଯୁକ୍ତ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀଙ୍କ ସହିତ ବ୍ଲକ କଂଗ୍ରେସ ସଭପତି, କଂଗେସର ସମସ୍ତ ଆଗ ଧାଡ଼ିର ନେତା ତଥା ମୟୁରଭଂଜ ଜିଲ୍ଲା ପର୍ଯବେକ୍ଷକ ଯୋଶବନ୍ତ ସିଂ ଲାଗୁରୀ, ପୂର୍ବତନ ସାଂସଦ ସୁଶିଳା ତିରିଆ ପ୍ରମୁଖ ବୈଠକରେ ଯୋଗଦେଇ ଭୋଟ ଚୋର ଗାଦି ଛୋଡ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ. ଏହି କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ସଫଳ କରିବା ସହ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତି ଆହ୍ଵନ ଦେଇଥିଲେ. ବୈଠକରେ ବରିଷ୍ଠ କଂଗ୍ରେସ ନେତା ହେମନ୍ତ ଦାଶ, ଚୈତନ ହାଁସଦା, କ୍ଷୀରୋଦ ପାତ୍ର, ପ୍ରଦୀପ ମିଶ୍ର, ଉତ୍ତମ ବେହେରା ,ବିଜୟ ସିଂ, ଜୀବନ ବାରିକ, ବନମାଳୀ ବାରିକ, ମହମ୍ମଦ ରଖିମ, ଅସିତ ଦାସ, ଅଶୋକ ଗିରି, ରବୀନ୍ଦ୍ର ସାହୁ, ଶାନ୍ତନୁ ପାଲ, ସତ୍ୟକାମ ସେନାପତି, ନଳିନ କୁମାର ପଟ୍ଟନାୟକ, ସମର ରଞ୍ଜନ ଦାସ, ସ୍ଵାଗନ ଦାସ, ବିକାଶ ମହାଭୋଇ, ନିର୍ମଳ ପ୍ରଧାନ, ମାଣିକ ରଣା, କୋହ୍ନେଇଲାଲ ମହାନ୍ତ, ସୁଦୀପ ମନ୍ତ୍ରୀ, ସର୍ବେଶ୍ୱର ପାତ୍ର, ନାରାୟଣ ପଟ୍ଟନାୟକ, ମୀନକେତନ ବେହେରା, ମହିଳା କଂଗ୍ରେସ ନେତ୍ରୀ ରଶ୍ମିତା ମିଶ୍ର, ଇତିଶ୍ରୀ ମିଶ୍ର, ସୁନିତା ନାୟକ, ଭୁବନେଶ୍ୱରି ଜେନା, ସବିତା ସୋରେନ, ଅଂଶୁମାନ ଦାଶ, ଗୌରୀ ନାୟକ ପ୍ରମୁଖଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ବରିଷ୍ଠ କଂଗ୍ରେସ ନେତା ଓକିଲ ଜ୍ୟୋତି ପ୍ରକାଶ ରଥ ମଞ୍ଚ ପରିଚାଳିନା କରିଥିବା ବେଳେ ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରଦୀପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ.