ଲଗାଣ ବର୍ଷା ରେ ଭୁଷୁଡିଲା ମାଙ୍କଡଝୋଲା ରାସ୍ତା ।

ଲଗାଣ ବର୍ଷା ରେ ଭୁଷୁଡିଲା ମାଙ୍କଡଝୋଲା ରାସ୍ତା ।

ଖଇରପୁଟ : ଲଗାଣ ବର୍ଷା ରେ ଭୁଷୁଡିଲା ମାଙ୍କଡଝୋଲା ରାସ୍ତା । ଖଇରପୁଟରୁ ବଣ୍ଡାଘାଟି କୁ ଯୋଗାଯୋଗ ବିଛିନ୍ନ ହୋଇଛି । ଘଟଣାସ୍ଥଳରେ ପହଂଚିଲେ ତହସିଲଦାର ଏବଂ ଅନ୍ୟାନ୍ୟ କର୍ମଚାରୀ । ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ପୁଣି ବିପଦପୂର୍ଣ୍ଣ ପାଲଟିଛି ବଣ୍ଡାଘାଟି ରାସ୍ତା । ଖଇରପୁଟ ବ୍ଲକର ବଣ୍ଡା ଘାଟି ରାସ୍ତା ଏବେ ପୁଣି ବିପଦପୂର୍ଣ୍ଣ ହୋଇଛି। ମାଙ୍କଡଝୋଲା ନିକଟରେ ଥିବା ରାସ୍ତା ତଳୁ ମାଟି ଖସିଛି, ମାଟି ଅତଡା ଖସି ରାସ୍ତା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଯାତାୟାତ ସ୍ୱାଭାବିକ ହେବା କଷ୍ଟକର ହୋଇପଡ଼ିଛି। ବର୍ତ୍ତମାନ ଘଟଣା ସ୍ଥଳ ରେ ସ୍ଥାନୀୟ ବିଡ଼ିଓ ତହସିଲଦାର ପହଁଚିଛନ୍ତି। ସ୍ଥିତି କୁ ସ୍ବଭାବିକ କରିବାରେ ଲାଗିଛନ୍ତି ଅଧିକାରୀ ଗଣ। ତେବେ କେତେବେଳେ ରାସ୍ତା ମରାମତି କରିବା ସହିତ ଯାତାୟାତ ସ୍ବଭାବିକ ହେଉଛି ତାହାହିଁ ଦେଖିବାକୁ ବାକି। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି