ପିଲାଙ୍କ ସଫଳତା ପଛରେ ଆର୍ଯ୍ୟନ ବିଦ୍ୟାଳୟ ର ମୁଖ୍ୟ ଭୂମିକା....
ତାରିଖ :-25/03/26
( ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )
ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟନ ସ୍କୁଲ ଅବସ୍ଥିତ ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ
ଶିକ୍ଷା ହେଉଛି ଜୀବନର ସବୁଠାରୁ ମୁଖ୍ୟ ମାଧ୍ୟମ l ଶିକ୍ଷା ନଥିଲେ ମନୁଷ୍ୟ ଆଖି ଥାଇ ବି ଅନ୍ଧ ସଦୃଶ l ତେଣୁ ଶିକ୍ଷା କୁ ଆମ ସମାଜ ରେ ପ୍ରମୁଖ ଭୂମିକା ଦିଆଯାଇଅଛି l ଓଡିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ନବଦୟ ବିଦ୍ୟାଳୟ ଆଦି ରେ ଯେଉଁ ପ୍ରବେଶିକା ପରୀକ୍ଷା ହୋଇଥିଲା ସେ ସବୁ ଥିରେ ଆର୍ଯ୍ୟନ ବିଦ୍ୟାଳୟ ର ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଅଛନ୍ତି l ଓଡିଶା ଆଦର୍ଶ ବିଦ୍ୟାଳୟ ରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ରେ ଉତୀର୍ଣ୍ଣ ହୋଇଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ରୀ ସାଇଶ୍ରୀ ଦାସ, ଦ୍ୱତୀୟ ରେ ଅଛନ୍ତି ଏସ ଲାବନ୍ୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆରାଧ୍ୟା ବେହୁରା l
ଏମାନଙ୍କ ସଫଳତା ପାଇଁ ଆଜି ଆର୍ଯ୍ୟନ ବିଦ୍ୟାଳୟ ଗର୍ବିତ l ଏହା ସହ ଆହୁରି ଅଧିକାଂଶ ପିଲା ମଧ୍ୟ ପ୍ରବେଶିକା ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି l ଏହି ଶୁଭ ଅବସରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କର ପିତାମାତା ଙ୍କୁ ନିମନ୍ତ୍ରଣ ଜଣାଇ ଏକ ସ୍ୱାଗତ ସଭା ର ଆୟୋଜନ କରାଯାଇଥିଲା l ଏଠାରେ ପିତାମାତା ଓ ଛାତ୍ରଛାତ୍ରୀ ମାନେ ନିଜସ୍ୱ ସଫଳତା ର କାହାଣୀ ବର୍ଣ୍ଣନା କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଅଂଶଗ୍ରହଣ ରେ ଆଜିର କାର୍ଯ୍ୟକ୍ରମ ଟି ସମ୍ପର୍ଣ ହୋଇଥିଲା l ବିଦ୍ୟାଳୟ ର ଚ୍ୟାରମେନ ଯଶସ୍ବୀ ଦାସ ଏବଂ ପ୍ରଶାସନିକ ଅଧିକାରୀ ମନୋଜ ପାତ୍ର ଛାତ୍ରଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି କିଛି ସେମାନଙ୍କ ନିଜସ୍ୱ ଅନୁଭୂତି ବର୍ଣ୍ଣନା କରିଥିଲେ l ଆଜିର ଶିଶୁ କାଲିର ର ନାଗରିକ ଏକ ଉତ୍ତମ ନାଗରିକ ଗଢିବାରେ ଆର୍ଯ୍ୟନ ବିଦ୍ୟାଳୟ ଭୂମିକା ଆଜିର ଜନ ସମାଜ ରେ ଅତୀବ ଗୁରୁତ୍ଵପୂର୍ଣ୍ଣ ହୋଇଅଛି ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
