ପୁଲିସ ଏସ ଆଇ ପରୀକ୍ଷା ଦୁର୍ନୀତି ନୟାଗଡ ଜିଲ୍ଲା ର ୫ ପ୍ରାର୍ଥି ଗିରଫ.

ପୁଲିସ ଏସ ଆଇ ପରୀକ୍ଷା ଦୁର୍ନୀତି ନୟାଗଡ ଜିଲ୍ଲା ର ୫ ପ୍ରାର୍ଥି ଗିରଫ.

ପୁଲିସ ଏସ ଆଇ ପରୀକ୍ଷା ଦୁର୍ନୀତି ନୟାଗଡ ଜିଲ୍ଲା ର ୫ ପ୍ରାର୍ଥି ଗିରଫ ହୋଇଥିବା କୁ ନେଇ ଚର୍ଚ୍ଚା ନୟାଗଡ ତା ୭-୧0-୨0୨୫ ରାଜ୍ୟ ରେ ସବ ଇନସପେକ୍ଟର ( ଏସ ଆଇ ) ଲିଖିତ ପରୀକ୍ଷା ରେ ହୋଇଥିବା ଜାଲିଆତିରେ ଗିରଫ ହୋଇଥିବା ୧୧୯ ଜଣ ଚାକିରୀ ଆଶାୟୀ ଙ୍କ ମଧ୍ୟ ରେ ନୟାଗଡ ଜିଲ୍ଲା ର ୫ ଜଣ ରହିଛନ୍ତି l ଏହି ୫ ଜଣ କୁ ନେଇ ଜିଲ୍ଲା ସାରା ଏବେ ଚର୍ଚ୍ଚା ଜୋର ଧରିଛି l ଏମାନଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥି ଜଡିତ ଅଛନ୍ତି କି ନାହିଁ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି l ଜିଲ୍ଲା ରୁ ଗିରଫ ହୋଇଥିବା ୫ଜଣ ଙ୍କ ମଧ୍ୟ ରୁ ଇଟାମାଟି ଥାନା ଅଧୀନ ଚମ୍ପତିପୁର ଗାଁ ର ସ୍ୱାଧୀନ ପଟ୍ଟନାୟକ, ଗଦାଧର ପ୍ରସାଦ ଗାଁ ର ମାଷ୍ଟର ଜୀବନ ପ୍ରଦୀପ, ଖଣ୍ଡପଡ଼ା ଥାନା ବରକୋଳି ଗାଁ ର ପ୍ରାଚୀ ପ୍ରଯୁକ୍ତା ସ୍ୱାଇଁ,,ଖଣ୍ଡପଡ଼ା ଗାଁ ର ଯତୀନ କୁମାର ଦଳେଇ,ଫତେଗଡ ଥାନା ଅଧୀନ ବିଜିପୁର ଗାଁ ର ମନ୍ମଥ ନାୟକ l ଏମାନଙ୍କ ମଧ୍ୟ ରୁ ଲଳିତ ହେଉଛନ୍ତି ଖଣ୍ଡପଡା ଏନ ଏସି ୱାର୍ଡ ୪ର କାଉଁନସିଲର ସୂଚନା ଯୋଗ୍ୟ ଯେ ନୟାଗଡ ଜିଲ୍ଲା ରୁ ଗିରଫ ହୋଇଥିବା ଏହି ୫ ଜଣ କୁ ୨୫,00000 ( ପଚିଶ ଲକ୍ଷ ) ଟଙ୍କା ଲେଖାଏଁ ଦେବାକୁ କୁହାଯାଇଥିଲା l ମାତ୍ର ଅଧିକାଂଶ ୫ଲକ୍ଷ ଟଙ୍କା ଲେଖାଏଁ ପଇଠ କରିଥିଲେ l ତେଣୁ ଦଲାଲ ମାନେ ଏ ସମସ୍ତ ଙ୍କର ମାଟ୍ରିକ ସାଟିଫିକେଟ ସହ ଅନ୍ୟ ପ୍ରମାଣ ପତ୍ର ନିଜ ପାଖରେ ରଖିଛନ୍ତି l ସମ୍ପୂର୍ଣ ଟଙ୍କା ମିଳିବl ପରେ ଏ ସମସ୍ତ ସାଟିଫିକେଟ ଚାକିର ଅଶାୟୀ ମାନଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା l ଏ ସମସ୍ତ ଙ୍କୁ ପୁଲିସ ଚାକିରୀ ଲୋଭ ଏତେ ଗ୍ରାସ କରିଥିଲା ଯେ ଆଗ ପଛ ବିଚାର ନକରି ସେମାନେ ଏଭଳି ଏକ ଅପରିଣାମ ଦର୍ଶୀ ନିଷ୍ପତି ନେଇଥିଲେ l ଗିରଫ ହୋଇଥିବା ମନ୍ମଥ ଓ ସ୍ୱାଧୀନ ଭୁବନେଶ୍ୱର ର ଏକ ଘରୋଇ କୋଚିଙ୍ଗ ସେଣ୍ଟର ରେ ପ୍ରଶିକ୍ଷଣ ନେଉଥିଲେ ବୋଲି ଜଣା ପଡିଛି l କେବଳ ସେତିକ ନୁହେଁ ଯିଏ ଯେତେ ଚାକିର ଅଶାୟୀ ଖୋଜିଦେବ, ତାପାଇଁ ଲାଞ୍ଚ ଟଙ୍କା ମଧ୍ୟ କମିଯିବ ବୋଲି ଦଲାଲ ମାନେ କହିଥିଲେ l ଏଣୁ ଗିରଫ ହୋଇଥିବା ୫ ଜଣ ଙ୍କ ମଧ୍ୟ ରୁ ଖଣ୍ଡପଡ଼ା କାଉନ ସିଲର ଯତୀନ ଙ୍କୁ ପିଣ୍ଟୁ ନାମକ କେହି ଜଣେ ଦଲାଲ ଯୋଗାଗୋଗ କରିଥିଲା l ମାତ୍ର ଅନ୍ୟ ମାନଙ୍କୁ ଯତୀନ ନା ଆଉ କିଏ ଯୋଗlଯୋଗ କରିଥିଲେ ଜଣା ପଡ଼ିନାହିଁ l ତଦନ୍ତ ଯେତିକି ବଢିବ ଏହି ଜାଲିଆତି ର ଚେର କେଉଁ ଆଡକୁ ଯାଇଛି, ତାହା ଜଣା ପଡ଼ିଯିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର