ପୂର୍ବତନ ପିଇଓ ବିନାୟକ ନାୟକ ଭିଜିଲାନ୍ସ ହାତରେ ଧରାପଡିଲେ।
ପୂର୍ବତନ ପିଇଓ ବିନାୟକ ନାୟକ ଭିଜିଲାନ୍ସ ହାତରେ ଧରାପଡିଲେ।
ବାର ଲକ୍ଷ ସତାଅସି ହଜାର ଦୁଇଶହ ଏକ ଟଙ୍କା ହଡପ କରି କୁଏରିମାଂଡୁ ର ପୂର୍ବତନ ପିଇ ଓ ବିନାୟକ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବସୁଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ କଂଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରିମାଣ୍ଡୂ ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଫେବୃଆରୀ ଓ ମାର୍ଚ୍ଚ ମାସରେ ପଂଚାୟତ କୁ ଏସ ଏଫ ସି ପାଣ୍ଠିରୁ 12,87, 201 ଟଙ୍କା ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିଲା। କିନ୍ତୁ ପିଇଓ କୌଣସି କାର୍ଯ୍ୟ ନା କରି ସମସ୍ତ ଟଙ୍କା କୁ ଆତ୍ମସାତ କରିଥିଲେ। E ମାମଲାରେ ସେ ଆଜି ଭିଜିଲାନ୍ସ ହାତରେ ଧାରା ପଡ଼ିବାପରେ ସବୁକଥା ପଦାରେ ପଡିଯାଇଛି। ବ୍ରହ୍ମପୁର ଭିଜିଲାନ୍ସ
ପିଏସ ମାମଲା ନମ୍ବର ୧୮/୨୫ଦୁର୍ନୀତି ନିବାରଣ ଆଇନ ୨୦୧୮ଏବଂ ଭାରତୀୟ ନ୍ୟାୟ
ସଂହିତା ର ଧାରା ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଙ୍କୁ ଗିରଫ କରାଯିବା ପରେ ଫୁଲବାଣୀ କୋର୍ଟ କୁ ବିଚାର ପାଈଁ ପଠାଯାଇଥିବା ସୂଚନା ରହିଛି। ତଦନ୍ତ ଯାରିରହିଚି।
ରିପୋର୍ଟ୍ ଶିବ ପ୍ରସାଦ ନାୟକ



