ମାଥିଲି ରେ ବିଶ୍ବ ଆଦିବାସୀଦିବସରେ ଆଦିବାସୀଙ୍କ ମେଳି।

ମାଥିଲି ରେ ବିଶ୍ବ ଆଦିବାସୀଦିବସରେ ଆଦିବାସୀଙ୍କ ମେଳି।
ମାଥିଲି-୦୯-୦୮ ଆଜି ବିଶ୍ୱ ଆଦିବାସୀ ଦିବସରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କତ୍ତାପାଲ୍ଲୀ ପଞ୍ଚାୟତ ଠାରେ ଆଜି ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳନ କରାଯାଇଛି। ଆଦିବାସୀଙ୍କ ପାରମ୍ପରିକ ବେଶଭୂଷାରେ ନାଚ ଗୀତରେ ଦୁଲୁକିଲା କତ୍ତାପାଲ୍ଲି। ଏହି ଅବସରରେ ଏକ ରାଲି କରି କତ୍ତାପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଲକ୍ଷ୍ମଣ ନାୟକ ଓ ମହାତ୍ମା ଗାନ୍ଧୀ ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତୁଳସୀ ଜୋନର ପ୍ରାୟ ସବୁ ସ୍ଥାନରୁ ଆଦିବାସୀ ସଂପ୍ରଦାୟ ଏଥିରେ ସାମିଲ ହୋଇଛନ୍ତି । ବିଶେଷ କରି କୋୟା , ଦୂରୁଆ, ଭୂମିଆ , ଅଲବା, ବଞ୍ଜାରା ସଂପ୍ରଦାୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଦୂରୁଆ ସଂପ୍ରଦାୟ ର ପାରମ୍ପରିକ ପରିଧାନ ସହ ନୃତ୍ୟ ବେଶ ଆକର୍ଶଣୀୟ ହୋଇଥିଲା । ପାରମ୍ପରିକ ନୃତ୍ୟ ସହ ଆଜି ଆଦିବାସୀ ଦିବସ ପାଳନ କରାଯାଇଥିଲା । ସମଗ୍ର ଆଦିବାସୀ ସମାଜ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବା କୁ ମତ ପ୍ରକାଶ ପାଇଥିଲା । ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲାରାଜୁ ଗେମେଲଙ୍କ ନେତୃତ୍ୱରେ ଆଜି ବିଶ୍ୱ ଆଦିବାସୀ ଦିବସରେ ମହାଆଦିବାସୀ ମେଳି ହୋଇଥିଲା ବରିଷ୍ଠ ଆଦିବାସୀ ନେତା କୃତିବାସ ସମରଥ, କୋୟା ସମାଜର ସଭାପତି ବସନ୍ତ ମାଢ଼ି ,ବଳଦେବ ନାୟକ (ଦୁରୁଆ), ବଞ୍ଜାରା (୨ୟ ବକ୍ତା), ଆଇତା ମାଢ଼ି, ତୁଳସୀ ଜୋନ ସଭାପତି ମୁନିରାମ ନେଗି, ଗଙ୍ଗା କୁରାମି, ଦଧି ବାଗ, ସଜୁ ମାଡକାମି, ପୁର୍ବତନ ଜିଲ୍ଳା ପରିଷଦ କୁଶ ତାତି କତାପାଲ୍ଲୀ ସରପଞ୍ଚ ନିଲାବତି ଦୂରୁଆ କମାରପାଲ୍ଲୀ ସରପଞ୍ଚ ଯୋଗୀ ମାଢ଼ି ଟେମୁରୁପାଲ୍ଲୀ ସରପଞ୍ଚ ତୁମ୍ବେଶ୍ୱର୍ ସମରଥ ସାଲିମି ସରପଞ୍ଚ ବନ୍ଧୁ ଭୂମିଆ ପୁର୍ବତନ ଆଦିବାସି ସଂଘ ସଭାପତି ଘନଶ୍ୟାମ ମାଡକାମି , ବୃନ୍ଦାବତି ଦାରୁଆ, ସନୁ ଅନୁଗୁ ସମାଜସେବୀ, ମାସା ମାଢ଼ି ଉପଦେଷ୍ଟା କୋୟା ସଭାପତି, ଶୁକ୍ରା ତାତି ସାଧାରଣ ସମ୍ପାଦକ, ନୀଳକଣ୍ଠ ସିଉନିଆ ଯୁବ ସଭାପତି, ସୋମନାଥ ନାୟକ,ବହୁ ଆଦିବାସୀ ନେତା ଙ୍କ ଶହ ହଜାର ହଜାର ଆଦିବାସୀ ଆଜି ଏକତ୍ରିତ ହୋଇଥିଲେ ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର