ରାଷ୍ଟ୍ରୀୟ ଏକତା ଦିବସ ଭାରତରେ ୩୧ ଅକ୍ଟୋବରରେ ପାଳନ ,

ରାଷ୍ଟ୍ରୀୟ ଏକତା ଦିବସ ଭାରତରେ ୩୧ ଅକ୍ଟୋବରରେ ପାଳନ ,


ରାଷ୍ଟ୍ରୀୟ ଏକତା ଦିବସ ଭାରତରେ ୩୧ ଅକ୍ଟୋବରରେ ପାଳନ କରାଯାଏ। ଏହା ୨୦୧୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ଏହି ଦିନଟି ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ପାଳନ କରାଯାଏ, ଯାହାଙ୍କର ଭାରତର ରାଜନୈତିକ ଏକୀକରଣରେ ପ୍ରମୁଖ ଭୂମିକା ଥିଲା।"ଏକ ଭାରତ, ଆତ୍ମନିର୍ଭର ଭାରତ" - ଏକ ଅଖଣ୍ଡ ଭାରତ ପାଇଁ ଏକାଠି ଦୌଡ଼। ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆତ୍ମାକୁ ପାଳନ ପାଇଁ ମାଥିଲି ପୋଲିସ ଦ୍ଵାରା ଏକ ମିନି ମାରାଥନ କାର୍ଯକ୍ରମ ମାଥିଲି ଆ ଇ ଟି ଆ ଇ ଠାରୁ ମାଥିଲି ଥାନା ପର୍ଯ୍ୟନ୍ତ ହୋଇଥିଲା।ମାଥିଲି ଥାନା ଅଧିକାରୀ ଦିପାଞ୍ଜଳି ପ୍ରଧାନ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସବ୍ ଇନ୍ସପେକ୍ଟର ନରେନ୍ଦ୍ର ଭତ୍ରା, ମନୋରଞ୍ଜନ ପ୍ରଧାନ, ବିକି ସୁନା, ଏ ଏସ ଆଇ ନବିନ ଚନ୍ଦ୍ର ପୂଜାରୀ, ସଦାଶିବ ପୂଜାରୀ, ପ୍ରଦୀପ କୁମାର ନାୟକ ଏବଂ ଆଇ ଟି ଆଇ ର ଅରୁଣ ଶତପଥୀ, ଦିଲ୍ଲୀପ ସାହୁ, ମନୋଜ ମିଶ୍ର, ସୁଲତା ମହାରଣା, ପ୍ରଦ୍ୟୁମ୍ନ ନାୟକ, ତାପସ ବିଶ୍ୱାସ, ରଞ୍ଜନ ନାୟକ, ସୁଧାଂଶୁ ନାୟକ, କାଳୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ଟିକୁ ସଫଳତା ର ସହ ପାଳନ କରିଥିଲେ।
ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର