ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା କାର୍ଯ୍ୟକ୍ରମ-୨୦୨୫ । 

ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା କାର୍ଯ୍ୟକ୍ରମ-୨୦୨୫ । 

ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା କାର୍ଯ୍ୟକ୍ରମ-୨୦୨୫ । 


ମାଲକାନଗିରି, ତା ୨୨/୧୧ ମାଲକାନଗିରି ଜିଲା ସଦର ମହକୁମା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିବର୍ତ୍ତନ ସ୍ୱେଚ୍ଛାସେବୀ ସଂସ୍ଥାର  ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ତରଫରୁ ଜାତୀୟ ପୋଷ୍ୟ ସନ୍ତାନ  ଗ୍ରହଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଷ୍ୟ ସନ୍ତାନ ଗ୍ରହଣ ନେଇ ଲୋକଙ୍କୁ ସଚେତନ କରିବାକୁ ଏକ ସଚେତନ ରଥକୁ ଅତିରିକ୍ତ ଜିଲ ଜିଲାପାଳ (ସାଧାରଣ) ସୋମନାଥ ପ୍ରଧାନ ପତାକା ଦେଖାଇ ରମ୍ଭ ଏହି ରଥର ଶୁଭାରମ୍ଭ କରିଥଲେ । ଜିଲାର ୭ଟି ବ୍ଲକରେ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଲୋକଙ୍କୁ ସଚେତନ କରିବ। ଏହି କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ କର୍ମଚାରୀ, ଜିଲା ଶିଶୁ କଲ୍ୟାଣ ସମିତି ଅଧିକାରୀ ଓ କର୍ମଚାରୀ, ଜିଲା ସାମାଜିକ କଲ୍ୟାଣ ଅଧିକାରୀ ଓ କର୍ମଚାରୀ, ଚାଇଲ୍ଡ ଲାଇନ କର୍ମକର୍ତ୍ତା, ସଖୀ କର୍ମକର୍ତ୍ତା, ଶକ୍ତି ସଦନ କର୍ମକର୍ତ୍ତା, ଶିଶୁ ଗୃହ ପରିବର୍ତ୍ତନ ର କର୍ମକର୍ତ୍ତା ପ୍ରମୂଖ ଅଂଶଗ୍ରହଣ କରିଥିଲେ।
ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର