ପ୍ରଥମଥର ପାଇଁ ଫୁଲବାଣୀ ଠାରେ ଆୟୋଜିତ ହୋଇଯାଇଛି ଖାଦ୍ୟ ମେଳା .

ପ୍ରଥମଥର ପାଇଁ ଫୁଲବାଣୀ ଠାରେ ଆୟୋଜିତ ହୋଇଯାଇଛି ଖାଦ୍ୟ ମେଳା ଫର୍ମାଟ avo Date 14/05/2025 Place phulbani କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା କମିଟି ର ଉଦ୍ୟମରେ କନ୍ଧମାଳ ଜିଲ୍ଲା ର ଫୁଲବାଣୀ ଅନ୍ତର୍ଗତ କରୋନେସନ ପଡିଆ ଠାରେ ପ୍ରଥମ ଥର ଗତ 14 ତାରିଖରୁ ଆରମ୍ଭ ହେଇଯାଇଛି ଯାହାକି କନ୍ଧମାଳ ବାସି ଙ୍କ ପାଇଁ ଏକ ନିଆରା ଭେଟି କହିଲେ ଅତ୍ୟୁକ୍ତି ହେବନାହିଁ। ଚଳିତମାସ ମଇ ୧୪ ରୁ ଆଗାମୀ ମଇ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ବ୍ୟାପି ଫୁଲବାଣୀ ସହର ମଧ୍ୟସ୍ତ କରୋ-ନେସନ୍ ପଡିଆ ଠାରେ କଳିଙ୍ଗ ପାରମ୍ପରିକ ଖାଦ୍ୟମେଳା 2025 , ଏହି ରାଜ୍ୟ ସ୍ତରୀୟ ଖାଦ୍ୟମେଳା ଆୟୋଜନ କରାଯାଇଛି l ଏହି ମେଳରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରକାର ର ଖାଦ୍ୟ ସାମଗ୍ରୀର ପଦର୍ଶନ, ବିକ୍ରୟ ଏବଂ ଭୋଜନ ସମେତ ପ୍ରତେହ ସନ୍ଧ୍ୟାରେ ଅନେକ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛ କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା ୨୦୨୫ ଏହିଅବସରରେ ପ୍ରତିଦିନ ଅପରାହ୍ଣ ୪ ଘଣ୍ଟାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଅଞ୍ଚଳର ଖାଦ୍ୟ ସାମାଗ୍ରୀ, ସୁଲଭ ମୂଲ୍ୟରେ ବିକ୍ରୟ ସହ ସଂଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଗତ କାଲି ପ୍ରଥମ ଦିନର ପ୍ରଥମ ସନ୍ଧ୍ୟାରେ ସନାମନିତ ଅତିଥି ଭାବେ ସବ୍ କଲେକ୍ଟର କୁଶଳ ଚନ୍ଦ୍ର ନାୟକ ଦିପାପ୍ରଜ୍ଵଳନ ସହିତ ଏହି ମେଳା ର ଶୁଭ ଉଦ୍ଘାଟନ କରିଥିଲେ ଓ ସେ ଏହିଁପାରମ୍ପରିକ ମେଳା କୁ ଭୂୟାସି ପ୍ରଶଂସା କରିଥିଲେ। ଉକ୍ତ କମିଟି ର ସଭାପତି ଓ ସମ୍ପାଦକ ମେଳାର ଉପାଦେୟତା, ଆବଶ୍ୟକତା ଓ କରିବାର ଅଭିପ୍ରାୟ ବିଷୟରେ କହିଥିଲେ। ସନ୍ଧ୍ୟା କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଚିଦାନନ୍ଦ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ମନଲୋଭା ନୃତ୍ୟ ପରିବେଷଣ କରି ଥିଲେ। ଏହାକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ଅଶୋକ ମହାନ୍ତି। କନ୍ଧମାଳ ରୁ ଶିବ ପ୍ରସାଦ ନାୟକଙ୍କ ରିପୋର୍ଟ୍ ବିଶେଷ ଖବର

ପ୍ରଥମଥର ପାଇଁ ଫୁଲବାଣୀ ଠାରେ ଆୟୋଜିତ ହୋଇଯାଇଛି ଖାଦ୍ୟ ମେଳା .