ଗତକାଲି ମଧ୍ୟାହ୍ନରେ ୮ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା ସୁଭାଶିଷ ପାଣିଗ୍ରାହୀ।
ଗତକାଲି ମଧ୍ୟାହ୍ନରେ ୮ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା ସୁଭାଶିଷ ପାଣିଗ୍ରାହୀ। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସଂପର୍କୀୟ। ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବାପା ଶୁଭାଶିଷଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି।ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ପତ୍ନୀ ଶ୍ବେତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା । ପାରିବାରିକ କଳହରୁ ସେ ବିଷ ପିଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଏଯାଁଏ କାରଣ ଅସ୍ପଷ୍ଟ ରହିଛି । ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।*