ବଣ୍ଡା ଘାଟି ରାସ୍ତା ଭୁସ୍କଲନର ଆଶଙ୍କା ଠିକାଦାରଙ୍କ ମୋନମୁଖୀ କାମ ।

ବଣ୍ଡା ଘାଟି ରାସ୍ତା ଭୁସ୍କଲନର ଆଶଙ୍କା ଠିକାଦାରଙ୍କ ମୋନମୁଖୀ କାମ ।

ବଣ୍ଡା ଘାଟି ରାସ୍ତା ଭୁସ୍କଲନର ଆଶଙ୍କା ଠିକାଦାରଙ୍କ ମୋନମୁଖୀ କାମ । ମାଲକାନଗିରି ଖାଇର ପୁଟ ୧୫/୦୬/ ନିନ୍ମମାନର ଗଡୁଆଲବ କାମ କୁ ବିରୋଧ କଲେ ଗ୍ରାମବାସୀ । ମରୁମ ଲାଗି କାଟିଲେ ପାହାଡ । ବର୍ଷା ପାଣିରେ ପାହାଡ ଧସିବା ରହିଛି ଆଶଙ୍କା । ସଠିକ ଜାଗାରେ ନକରି ନିଜ ସୁବିଧା ଜାଗାରେ ଚାଲିଛି ଗାଡୁଆଲ । ପ୍ରତିବାଦ କଲେ ମଧ୍ୟ ଶୁଣୁନି ଠିକାଦାର । ଠିକାଦାରକୁ ସାତ ଦେଉଛନ୍ତି ଯନ୍ତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକର ବଣ୍ଡା ଘାଟି ରାସ୍ତାରେ । ମାଲକାନଗିରି ଜିଲ୍ଲାର ସନ୍ଦର୍ଯ୍ୟ ସ୍ଥାନ ହେଉଛି ବଣ୍ଡାଘାଟି । ବଣ ପାହାଡ ଘେରା ମଧ୍ୟ ରେ ରହିଛି ବଣ୍ଡାଘାଟି । ବଣ୍ଡାଘାଟିକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି । ଖଇରପୁଟ ଠାରୁ 12 କିଲୋମିଟର ବଣ୍ଡାଘାଟି ।ଏହି ଘାଟି ରାସ୍ତାରେ ବର୍ଷା ଦିନରେ ଅନେକ ଥର ଭୁସ୍କଲନ ହୋଇଛି । ବର୍ଷା ପାଣିରେ ପାହାଡ ଧସି ବଡ ବଡ ପଥର ରାସ୍ତାରେ ପଡି ରାସ୍ତା ଅବରୋଧ ହୋଇଛି । ଯାତାୟାତ ପାଇଁ ଲୋକେ ଅସୁବିଧାର ସମ୍ମୁଖିନ ସୋଇଛନ୍ତି । ପ୍ରତିବର୍ଷ ଏଭଳି ସମସ୍ୟା ଦେଖା ଦେଉଥିବାରୁ ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି । ବର୍ଷା ଦିନରେ ଯେପରିକି ଘାଟି ରାସ୍ତା ଭୁସ୍କଲନକୁ ରଖିବା ପାଇଁ ସରକାର ଗାଡୁଆଲ ନିର୍ମାଣ କରିବା ପାଇଁ ଟଙ୍କା ମଞ୍ଜୁରୀ କଲେ । ଟଙ୍କା ମଞ୍ଜୁରୀ ପରେ କାମ ଆରମ୍ଭ ହେଲା । କିନ୍ତୁ ଯନ୍ତ୍ରୀ ଓ ଠିକାଦାର ମିଶି ମୋନମୁଖୀ କାମ ଚଳାଇଛନ୍ତି । ପାହାଡ ଖଳି ମୁରୁମ ବାହାର କରୁଛି । ରାସ୍ତା କୋଡ଼ରୁ ପାହାଡ କାଟି ମେଟାଲ ବାହାର କରୁଛନ୍ତି । ମନ ଇଚ୍ଛା କାଟି ଚାଲିଛନ୍ତି । ନିଜର ସୁବିଧା ଅନୁସାରେ କାମ କରୁଛନ୍ତି । ତାହା ମଧ୍ୟ ଅତି ନିନ୍ମମାନର କାମ କରୁଛନ୍ତି । ବର୍ତ୍ତମାନ ବଣ୍ଡା ଘାଟି ରାସ୍ତାରେ ଯେଉଁ ପ୍ରକାରରେ କାମ ଚାଲିଛି ବର୍ଷା ଦିନରେ ବଡ ବଡ ଗଛ ରାସ୍ତା ଉପରେ ପଡିବା ସହ ବଡ ଧରଣର ଭୁସ୍କଲନ ହେବାର ସମ୍ଭାବନା ରହିଛି । ଏବଂ ଅନେକ ଧନ ଜୀବନ ଖେୟ କ୍ଷେତି ହେବାର ଆଶଙ୍କା ରହିଛି ।ବର୍ଷା ଆରମ୍ଭ ପୂର୍ବରୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ କାମ ବନ୍ଧ କରିବା ସହ ସଠିକ ଭାବରେ କାମ କରିବାକୁ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି କି ନାହିଁ ତାହା ଦେଖିବାର ବାକି ରହିଲା । ମାଲକାନଗିରି ଖଇରପୁଟ ରୁ ଶିବପ୍ରସାଦ ପରିଛା ବିଶେଷ ଖବର