ବର୍ଷାକୁ ଖାତିରିନକରି ଅଭିଯୋଗ ଶୁଣୀଲେ  ଜିଲ୍ଲା ପାଳ  I

ବର୍ଷାକୁ ଖାତିରିନକରି ଅଭିଯୋଗ ଶୁଣୀଲେ  ଜିଲ୍ଲା ପାଳ  I

ବର୍ଷାକୁ ଖାତିରିନକରି ଅଭିଯୋଗ ଶୁଣୀଲେ  ଜିଲ୍ଲା ପାଳ  I


ଆଜି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ମହୂପଦର କାର୍ଯ୍ୟାଳୟ ଠାରେ ୧୩୯ ଗୋଟି ଜନ ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ । ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।
ଆଜି ମୋଟ ୧୩୯ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା ବେଳେ ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ଆବାସ  ଓ ରାସନ୍ କାର୍ଡ  ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର , ବନଖଣ୍ଡ ଅଧିକାରୀ ବାସୁଦେବ ନାୟକ ଉପସ୍ଥିତ ଥିଲେ। ମାଥିଲି ବିଡିଓ ପ୍ରମୋଦ ବେହେରା , ଉପଖଣ୍ଡ ଚିକିତ୍ସା ଅଧିକାରି ,ଜିପିଓ ରତନ ରାଏ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶୁଣାଣିରେ ରାସନ୍ କାର୍ଡ, ପେନସନ୍ ଓ ଆବାସ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଆଦେଶ ଦେଲେ ତତ୍ ସହିତ ଆଜି ଜନଶୁଣାଣି କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ମହାଶୟଙ୍କୁ ସାଲିମି ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀକକ୍ଷ ନିର୍ମାଣ , କାଳିଆଗୁଡା ସେତୁର କାର୍ଯ୍ୟାରମ୍ଭ ଏବଂ ତୁଳସୀ ବାସୀଙ୍କ ମୌଳିକ ସୁବିଧା ସମ୍ବନ୍ଧରେ ଅବଗତ କଲେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ।

ମାଲକାନଗିରି ମଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର