ବହୁମୁଖୀ ସମବାୟ ସମିତିର ଅର୍ଥ ଆତ୍ମସାତର ତଦନ୍ତ ଆରମ୍ଭ।

ବହୁମୁଖୀ ସମବାୟ ସମିତିର ଅର୍ଥ ଆତ୍ମସାତର ତଦନ୍ତ ଆରମ୍ଭ।

ବହୁମୁଖୀ ସମବାୟ ସମିତିର ଅର୍ଥ ଆତ୍ମସାତର ତଦନ୍ତ ଆରମ୍ଭ।
ଏହି ତଦନ୍ତରେ ସନ୍ତୋଷ୍ଟ ନାହାନ୍ତି ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ଦାବି କଲେ ଚାଷୀ.

ମାଥିଲି,୦୭,୧୨ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ରାଜ୍ୟ ଓ କେନ୍ଦ୍ର ସରକାର ଉନ୍ନତମାନର ଚାଷ ଓ ଚାଷୀ ମାନଙ୍କର ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି।ଯାହା ଦ୍ୱାରା ଚାଷୀ ମାନେ ଆଧୁନିକ ପ୍ରଣାଳୀରେ ଚାଷ କରିବା ସହିତ ଚାଷୀ ମାନଙ୍କର ଅର୍ଥନୀତି ଅବିବୃଦ୍ଧି ବଢିବ।ଏହା ସହିତ ରାଜ୍ୟ ସରକାର ରାଜ୍ୟର ଧାନ ର ଏମଏସଟି ୮୦୦ ଟଙ୍କା ବୃଦ୍ଧି କରି ଧାନ କୁଇଣ୍ଟାଲ ପୂର୍ବରୁ ୨୩୦୦ ଟଙ୍କା ଥିବାବେଳେ ଗତବର୍ଷ ଠାରୁ ୩୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର।ଯେଉଁଥି ପାଇଁ ଚଳିତ ବର୍ଷ ଚାଷୀ ମାନେ ଉତ୍ସାହିତ ହୋଇ ଚଳିତ ବର୍ଷ ଖରିପ ଧାନ ବିକ୍ରି କରିବା ପାଇଁ ମଣ୍ଡି କାର୍ଡ ର ପଞ୍ଜିକରଣ ବଢିଛି ବୋଲି ବିଭାଗୀୟ ଅଧିକାରୀ ମାନେ ମତ ଦେଇଛନ୍ତି।କିନ୍ତୁ ନିରୀହ ଚାଷୀ ମାନଙ୍କ ପାଇଁ ଆସୁଥିବା ସରକାରୀ ସହାୟତା କୁ ବିଭାଗୀୟ ଅଧିକାରୀ ମାନେ ସରଳତାର ସୁଯୋଗ ନେଇ ନିରୀହ ଚାଷୀ ମାନଙ୍କ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ଅନେକ ସ୍ଥାନରେ ସାମ୍ନାକୁ ଆସିଛି।ସେହିପରି ଆଉ ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଥିବା ବହୁମୁଖୀ ସମବାୟ ସମିତିରେ ଗତ ୨୦୨୨ ଠାରୁ ୨୦୨୪ ମଧ୍ୟରେ ୨କୋଟି ୪୯ଲକ୍ଷ ୨୪ହଜାର ୩୨୪ ଟଙ୍କାର ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।ଏହି ଅଭିଯୋଗ କରିଛନ୍ତି ଚାଷୀ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ନିର୍ଦେଶକ ମାନେ କରିଛନ୍ତି।କିଛି ମାସ ପୂର୍ବରୁ ୟୁରିଆ ଘୋଟାଲାରେ ମାଥିଲି ଲ୍ୟାମ୍ପ ପରିଚାଳନା କମିଟି କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବିତ କରିଛନ୍ତି।ନିଲମ୍ବିତ ହେବା ପରେ କେସିସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ବିଦ୍ୟାଧର ପ୍ରଧାନ,ଲ୍ୟାମ୍ପ ପରିଚାଳିକା ସନ୍ତୋସି ପରିଡା ଓ କ୍ୟାସିଆର ପ୍ରଶାନ୍ତ କୁମାର ନାୟକଙ୍କ ନାମରେ କୋଟି କୋଟି ଅର୍ଥ ଆତ୍ମସାତ ର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଆଣିଥିଲେ ନିଲମ୍ବିତ ନିର୍ଦେଶକ ମାନେ। ଏହି ଅଭିଯୋଗ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଥିଲି ଲ୍ୟାମ୍ପ ରେ ଅର୍ଥ ଆତ୍ମସାତ ର ତଦନ୍ତ ଆରମ୍ଭ ହୋଇଛି।ଗତ ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଣିଆ ତଦନ୍ତକାରି ଅଧିକାରୀ ମାଥିଲି ଲ୍ୟାମ୍ପ ରେ ପହଞ୍ଚି ସମସ୍ତ ପ୍ରକାର କାଗଜ ପତ୍ର ଯାଞ୍ଚ ଆରମ୍ଭ କରିଥିଲେ।ତଦନ୍ତ କେତେ ଦୂର ଯାଇଛି ବୋଲି ଆମେ ଦୁଇ ତଦନ୍ତକରି ଅଧିକାରୀ ଙ୍କୁ ପଚାରିବାରୁ ଏବେ ଆମେ ଲ୍ୟାମ୍ପ ର କାଗଜପତ୍ର ଯାଞ୍ଚ କରିଛୁ।ଏହି ତଥ୍ୟ ଆମେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବା ପରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଆମେ କେସିସି ବ୍ୟାଙ୍କର କାଗଜ ପତ୍ର ଯାଞ୍ଚ କରିବା ପରେ ଆମେ ସମସ୍ତ ତଥ୍ୟ ସଂଗ୍ରହ ପରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିବୁ ବୋଲି ଆମକୁ କହିଥିଲେ ତଦନ୍ତ କାରୀ ଅଧିକାରୀ ମାନେ।ନିର୍ଦେଶକ ମାନେ ଅଭିଯୋଗ ଆଧାରରେ ଆମେ ଲ୍ୟାମ୍ପ ପରିଚାଳିକ ଶ୍ରୀମତୀ ପରିଡା ଙ୍କୁ ପଚାରିବାରୁ କିଛି କହି ପାରିବି ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ।ଏବଂ ଆମେ କେସିସି ବ୍ୟାଙ୍କର ପୂର୍ବତନ ପରିଚାଳକ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ପଚାରିବାରୁ ଏବେ ତଦନ୍ତ ଆରମ୍ଭ ହୋଇଛି ତଦନ୍ତ ଅଧିକାରୀ ଯାହା ସବୁ ତଥ୍ୟ ମାଗିବେ ମୁଁ ତାର ଲିଖିତ ଭାବେ ଦେବା ପାଇଁ ପ୍ରସ୍ତୁତ ଅଛି।ଯେହେତୁ ତଦନ୍ତ ଆରମ୍ଭ ହୋଇଛି ମୁଁ ଗଣମାଧ୍ୟମ ରେ କୌଣସି ପ୍ରତିକ୍ରିୟା ଦେଇ ପାରିବି ନାହିଁ ବୋଲି ଗଣମାଧ୍ୟମ କୁ କହିଥିଲେ।ଏବେ ଦେଖିବାକୁ ରହିଲା ନିରୀହ ଚାଷୀ ମାନଙ୍କ କୋଟି କୋଟି ଅର୍ଥ ଆତ୍ମସାତ ର ତଦନ୍ତ କେଉଁ ବାଟ ନେଉଛି।କିଛି ଚାଷୀମାନେ ଏହି ତଦନ୍ତରେ ସନ୍ତୋସ୍ଟ ନାହାଁନ୍ତି ଏହି ତଦନ୍ତ ଯଦି ଭିଜିଲାନ୍ସ ବିଭାଗ ଦ୍ଵାରା କରାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।ଭିଜିଲାନ୍ସ ଦ୍ୱାରା ତଦନ୍ତ ହେଲେ ଅର୍ଥ ଆତ୍ମସାତ ର ପକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ନିଜ ନିଜର ମତ ପ୍ରକାଶ କରିଛନ୍ତି।

ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର