ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ରେ ଆସୁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ .
ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ରେ ଆସୁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବୌଦ୍ଧ:ବୌଦ୍ଧ ଜିଲ୍ଲା ଗସ୍ତ ରେ ଆସୁଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ସୂଚନା ମୁତାବକ ସକାଳ ୧୦ ଘଣ୍ଟା ସମୟରେ ହେଲିକପ୍ଟର ରେ ଆସି କଚେରୀ ପଡିଆଠାରେ ଅବତରଣ କରିବା ପରେ ସର୍କିଟ ହାଉସ ଯିବେ ଓ ପରେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଦିବା ୧୧ଘଟିକା ରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ବିକାଶ କାର୍ଯ୍ୟ ଉପରେ ସମସ୍ତ ବିଭାଗ ର ସମୀକ୍ଷା କରିବେ l ଅପରାହ୍ନ ୪ ଘଣ୍ଟା ସମୟରେ ସରସରା ପଡିଆଠାରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓ ପରେ ପରେ ଅପରେସନ ସିନ୍ଦୁରକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ର ଶୁଭ ଉଦଘାଟନ କରି ସରସରା ପଡିଆ ରୁ ସରସରା ଗ୍ରାମ ରାସ୍ତା ମଧ୍ଯ ଦେଇ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବାର କାଯ୍ୟକ୍ରମ ରହିଥିବା ଜଣାପଡିଛି I ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି I ବୈଠକ ପରେ ସମସ୍ତ ଅଧିକାରୀ କଚେରୀ ପଡିଆ, ସରସରା ପଡିଆ ଏବଂ ସରସରା ଗାଁ ବୁଲି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଥିଲେ l ତ୍ରିରଙ୍ଗl ଶୋଭାଯାତ୍ରା ରେ ସମସ୍ତେ ସାମିଲ ହେବା ପାଇଁ ଜ଼ିଲ୍ଲାପାଳ ଆହ୍ୱାନ କରିଥିଲେ l