୧୧୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଜିଲ୍ଳା ଶ୍ରମ ଏବଂ ପରିବହନ ବିଭାଗ ।

୧୧୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଜିଲ୍ଳା ଶ୍ରମ ଏବଂ ପରିବହନ ବିଭାଗ ।

୧୧୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଜିଲ୍ଳା ଶ୍ରମ ଏବଂ ପରିବହନ ବିଭାଗ ।


ମାଲକାନଗିରି ତା:-୦୫/୦୬  ଆଜି ସକାଳ ଆଠ ଘଣ୍ଟିକା  ସମୟରେ ମାଲକାନଗିରି ନିକଟସ୍ଥ ଏମ ଭି -୧୬ ଗ୍ରାମ ଠାରେ ଜିଲ୍ଲା ଶ୍ରମ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗର ମିଳିତଭାବେ ଏକ ଚଢ଼ାଉ କରାଯାଇ ହାଇଦ୍ରାବାଦ ଠାରୁ ବଲାଙ୍ଗୀର ଜିଲ୍ଲାର ବେଲାପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ଘରେଇ ବସ ରୁ  ୧୧୬ ଜଣ  ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଉକ୍ତ ୧୧୬ ଜଣଙ୍କୁ ପଠେଇଥିବା ୪ ଜଣ ଦଲାଲ ଙ୍କ ନାମ ଅନୁସନ୍ଧାନ ରୁ ଜଣା ପଡ଼ିବା ପରେ ଉକ୍ତ ଦଲାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲା ର ଶ୍ରମ ଅଧିକାରୀ ମାନଙ୍କୁ ଅବଗତ କରାଯିବ ବୋଲି ମାଲକାନଗିରି ଜିଲ୍ଲା ଭାରପ୍ରାପ୍ତି ଶ୍ରମ  ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଡୁରୁକା  ସୂଚନା ଦେଇଛନ୍ତି । ସେହିପରି  ଗାଡ଼ି ମାଲିକ ଙ୍କ ସହ ଯୋଗାଯୋଗ କରାଯାଇ ଅନ୍ୟ ଏକ ବସ ଆୟୋଜନ କରି ଶ୍ରମିକ ମାନଙ୍କୁ ନିଜ ନିଜ ଗ୍ରାମ କୁ ପଠାଯାଇଥିଲା ।ଏହି ଭଳି ପଦକ୍ଷେପ କୁ ଜିଲ୍ଲା ରେ ବହୁ ଶ୍ରମିକ ସଂଗଠନ ତରଫରୁ ପ୍ରଶଂସା କରାଯାଇଛି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବ