ବିଜେପି ପକ୍ଷରୁ ଏମଭି -୩୭ ଶିବ ମନ୍ଦିରରେ ଅନୁଷ୍ଠିତ.

ବିଜେପି ପକ୍ଷରୁ ଏମଭି -୩୭ ଶିବ ମନ୍ଦିରରେ ଅନୁଷ୍ଠିତ.

ବିଜେପି ପକ୍ଷରୁ ଏମଭି -୩୭ ଶିବ ମନ୍ଦିରରେ ଅନୁଷ୍ଠିତ ହେଲା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଯୋଗଦେଲେ ପଶ୍ଚିମ ବଙ୍ଗଳାର ବିଧାୟକ ଶାନ୍ତନୁ ପରମାଣିକ କୋରୁକୋଣ୍ଡା,୧୪/୯/ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅଧିନସ୍ତ ଏମଭି -୩୭ ନମ୍ବର ଗ୍ରାମରେ ଥିବା ଶୈବ ପୀଠରେ ରବିବାର ମାଲକାନଗିରି ବିଜେପି ପକ୍ଷରୁ ଗ୍ରାମର ସଭାପତି ଶମ୍ଭୁନାଥ ଠାକୁରଙ୍କ ତତ୍ୱାବଧାନରେ ଏବଂ କୋରୁକୋଣ୍ଡା ବ୍ଲକର ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିବଙ୍ଗଳାର ଖେଜୁରୀ ନିର୍ବାଚନ ମଣ୍ଡଳୀର ବିଧାୟକ ଶାନ୍ତନୁ ପରମାଣିକ ଯୋଗ ଦେଇଥିଲେ। ତାଙ୍କ ସହିତ ଏକ ଭାରତ ଶ୍ରେଷ୍ଠ ଭାରତର ରାଜ୍ୟ କୋଡିନେଟର ନିହାର ରାୟ, ମାଲକାନଗିରି ଜିଲ୍ଲା କୋଡିନେଟର ସପନ ରାୟ, ମାଲକାନଗିରି ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ବସୁ, ବରିଷ୍ଠ ସମାଜସେବୀ ଉତ୍ତମ ଓଝା ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ଏମଭି -୩୭ ଗ୍ରାମବାସୀଙ୍କ ସମେତ ଆଖ ପାଖର ବିଭିନ୍ନ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିଭିନ୍ନ ଯୋଜନା ମାଧ୍ୟମରେ କରାଯାଉଥିବା ସମସ୍ତ ପ୍ରକାର ଜନ ହିତକର କାର୍ଯ୍ୟ ଏବଂ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓ ସଂଗଠନକୁ ସୁଦୃଢ କରିବା ପାଇଁ ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ଶାନ୍ତନୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବାଙ୍ଗୀୟ ସମାଜ ଲୋକମାନେ କିପରି ଅଛନ୍ତି ବୋଲି ପଚାରିଥିଲେ। ତାଙ୍କ ପ୍ରଶ୍ନର ଉତ୍ତରରେ ସ୍ଥାନୀୟ ଲୋକେ କହିଥିଲେ ଯେ ଆମେ ମାଲକାନଗିରି ଜିଲ୍ଲାରେ ବହୁତ ଭଲରେ ଅଛୁ। କୌଣସି ସମସ୍ୟା ନାହିଁ ବୋଲି ବିଧାୟଙ୍କୁ କହିଥିଲେ। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର