ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ.

ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ.

ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କାଲିମେଳା ତା:- ୦୪/୦୯ ମାଲକାନାଗିରି ଜିଲ୍ଲା ପଡ଼ିଆ ବ୍ଳକ କଲଦାପଲ୍ଲୀ ପଞ୍ଚୟତରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଓ କଂଗ୍ରେସ ଛଡ଼ି ବହୁ ତୃଣମୂଳ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଉପସ୍ଥିତ ରହି ନବାଗତଙ୍କୁ ଦଳକୁ ସ୍ୱଗତ କରିଥିଲେ । ନବାଗତଙ୍କୁ ଦଳର କାହ୍ନୁଚରଣ ମାଡ଼କାମୀ, ଦେବେନ୍ଦ୍ରକୁମାର ମାଡ଼କାମୀ, କର୍ମା କବାସୀ ପ୍ରମୁଖଙ୍କୁ ଉତ୍ତରୀୟ ଓ ଦଳୀୟ ଟପି ପ୍ରଦାନ କରି ସ୍ବାଗତ କରିଥିଲେ। ଏହି ଅବସରରେ ବିଧାୟକ କହିଛନ୍ତି, ନବାଗତ କର୍ମୀଙ୍କ ଯୋଗୁ ଦଳ ମଜଦୂତ ହେବ। ଅନ୍ୟପଟେ ବିଜେଡ଼ି କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ବିଜେପିରେ ସାମିଲ ହେବା ପରେ ସ୍ଥାନୀୟ ରାଜନୈତିକ ସମୀକରଣରେ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଛି । କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ନିହାର ରାୟ, ପଡ଼ିଆ ମଣ୍ଡଳ ସାଧାରଣ ସଂପାଦକ ଦେବା ମାଡ଼କାମୀ, ବିଧାୟକଙ୍କ ପଡିଆ ବ୍ଳକ ପ୍ରତିନିଧି ମନୋଦିପନ ରାୟ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର