ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନିକଟ ସମୁଦ୍ରରେ ପୁରୁଣା ଜାହାଜର ଭଗ୍ନାବଶେଷ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନିକଟ ସମୁଦ୍ରରେ ପୁରୁଣା ଜାହାଜର ଭଗ୍ନାବଶେଷ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନିକଟ ସମୁଦ୍ରରେ ପୁରୁଣା ଜାହାଜର ଭଗ୍ନାବଶେଷ
ରାଜନଗର, ୩୦/୧୦(ବିଶେଷ ଖବର): ରାଜନଗର ବନଖଣ୍ଡ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳାନାସି ଠାରୁ ପ୍ରାୟ ଏକ କିମି ଦୂରରେ ଏକ ବହୁଦିନର ଜାହାଜର ଭଗ୍ନାବଶେଷ ଦେଖ‌ିବାକୁ ମିଳିଛି । ବନବିଭାଗ
କର୍ମଚାରୀମାନଙ୍କ କହିବାନୁଯାୟୀ
ଦୀର୍ଘଦିନ ହେବ ଏହି ଜାହାଜର
ଭଗ୍ନାଂଶ ଭଟ୍ଟା ବେଳେ ଦେଖାଯାଇଥାଏ । ଏହି ଜାହାଜରେ ଚୀନ କିମ୍ବା ଅନ୍ୟ କେଉଁ ଭାଷାରେ ଲେଖା ଯାଇଥିବାରୁ ପଢି ହେଉ ନଥିବାରୁ କେଉଁ ଦେଶର ଜାହାଜ
ଜଣାପଡୁନାହିଁ । ଆଲୁମିନିୟମରେ ନିର୍ମାଣ ହେଇଥ‌ିବାରୁ ଏହା ପୁରାତନ ଜାହାଜର ଭଗ୍ନାବଶେଷ ବୋଲି କୁହାଯାଉଛି । ଯାହାକି ବହୁଦିନ ପୂର୍ବରୁ କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ନଷ୍ଟ ହୋଇ ଯାଇଛି ବଙ୍ଗୋପସାଗର ମଧ୍ଯରେ । ପୂର୍ବରୁ ସମୁଦ୍ର ଭଟ୍ଟା ସମୟରେ ଏହି ଭଗ୍ନାବଶେଷ ଅଳ୍ପ ଦେଖାଯାଉଥ‌ିବା ବେଳେ ଏବେ ଅଧିକ ପରିମାଣରେ ଦେଖିବାକୁ ମିଳିଛି । ବାତ୍ୟା ମୋନ୍ଥା ଯୋଗୁଁ ସାମାନ୍ୟ କୂଳନିକଟକୁ ଭାସି ଆସିଥିବାରୁ ଏହା ଅଧିକ ଦେଖିବାକୁ ମିଳୁଛି ବୋଲି ମତ୍ସ୍ୟଜୀବି ମାନେ କହୁଛନ୍ତି। ଏହି ଜାହାଜ ମଧ୍ୟରେ ଲେଖାଥ‌ିବା ଭାଷାକୁ ଅଧ୍ୟୟନ କଲେ, ଏହା କେଉଁ ଦେଶର ଜାହାଜ, କେବେ କେଉଁଠି ଓ କେଉଁ କାରଣରୁ ବୁଡିଥିଲା ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣି ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।