ବିନା ଲାଇସେନ୍ସରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ରେ ହେଉଛି କାଠ ବେପାର ଓ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୁପ୍ ବସିଛି ବନବିଭାଗ।

ବିନା ଲାଇସେନ୍ସରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ରେ ହେଉଛି କାଠ ବେପାର ଓ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୁପ୍ ବସିଛି ବନବିଭାଗ।

ବିନା ଲାଇସେନ୍ସରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ରେ ହେଉଛି କାଠ ବେପାର ଓ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୁପ୍ ବସିଛି ବନବିଭାଗ। ଶାଳ ଓ ଶାଗୁଆନ କାଠର ବେପାର ଜମୁଛି। ବନ ବିଭାଗର ଆକ୍ସନ କୁ ଅପେକ୍ଷା କରିଛନ୍ତି ପ୍ରକୃତିପ୍ରେମୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ ଭିତରକନିକା ନିଷେଦ୍ଧାଞ୍ଚଳରେ କାଠ ବେପାରୀ ଙ୍କ ବେପାର ଧୁମ। ଅନୁମତି ନଥାଇ ଶାଳ, ଶାଗୁଆନ, ଚାଖୁଣ୍ଟା ଓ ଆକାଶୀ ଗଛ ର କାଠକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି କାଠ ବେପାରୀ। ବନ ବିଭାଗର ନିୟମାନୁଯାଉ ଭିତରକନିକା ନିଷେଦ୍ଧାଞ୍ଚଳରେ ଉପରୋକ୍ତ ଗଛ ଗୁଡିକର କାଠ ବିନା ଲାଇସେନ୍ସ ରେ କୌଣସି ପ୍ରକାର ବିକ୍ରି ହୋଇପାରିବ ନାହିଁ। କିନ୍ତୁ କାଠ ବେପାରୀ ମାନେ ଏହି ନିୟମ କୁ ବେଖାତିର କରି ସ୍ଥାନୀୟ କୁଜିନେତା ଓ ତଳିଆ ବନ କର୍ମଚାରୀ ଙ୍କୁ ମୁନାଫା ଦେଇ ଏହି ସବୁ ଗଛର କାଠକୁ ଡ଼ଙ୍ଗା ଓ ବୋଟ ମାଲିକଙ୍କୁ ଭଲ ଦରରେ ବିକ୍ରି କରୁଛନ୍ତି। କାଳେ ବନ ବିଭାଗର ଉପର ଅଫିସର ଏ ସମ୍ପର୍କ ରେ ଜାଣିଦେବେ ସେ ଲାଗି ବନ ବିଭାଗର ତଳିଆ କର୍ମଚାରୀ ମାନେ କାଠ ବେପାରୀ ଙ୍କୁ ଗୁରୁମନ୍ତ୍ରଣା ଦେଉଛନ୍ତି। କାଠ ବେପାରୀ ମାନେ ବଡ଼ ବୁଦ୍ଧି ଲଗାଇ କାଠ ମିଲ ରୁ କାଠ କିଣୁ ନାହାଁନ୍ତି କାରଣ କାଠ ମିଲ ରୁ କାଠ କିଣିଲେ ଜିଏସଟି ଦେବାକୁ ପଡିବ ସେଥିପାଇଁ ସ୍ଥାନୀୟ ଅଂଚଳ ର ଅଧିବାସୀ ଙ୍କ ବାଡିରୁ କମ ଟଙ୍କାରେ ଏହି ସବୁ ମୂଲ୍ୟବାନ ଗଛ କାଟି ସେହି ଗଛକୁ ବାଡ଼ି ପୋଖରୀରେ ଲୁଚାଇ ଦେଉଛନ୍ତି,ଆଉ ସମୟ ସୁଯୋଗ ପାଇଁ ସେହିଥିରୁ ଖଣ୍ଡିଏ ଖଣ୍ଡିଏ କାଠ କାଢି ବାହାରେ ଖୁଲମ ଖୁଲା ବିକ୍ରି କରୁଛନ୍ତି। ନା ବନ ବିଭାଗକୁ ଭୟ ଅଛି ନା ଅନ୍ୟ ପ୍ରଶାସନ କୁ। ପଟ୍ଟାମୁଣ୍ଡାଇ ବଜାର ଓ ଆଖପାଖ ଅଞ୍ଚଳ ରେ ମଧ୍ୟ ସବୁ ପ୍ରକାର କାଠ ବିକ୍ରି ହେଉଛି। ବିନା ଲାଇସେନ୍ସରେ କାଠ ମାଫିଆ କାଠ ବିକି କୋଟି ପତି ବନୁଛନ୍ତୁ। ଫରେଷ୍ଟର ମାନେ ସେମାନଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ସେମାନଙ୍କୁ ବିକି ବାକୁ ଅନୁମତି ଦେଉଛନ୍ତି।କିଛି ଅଞ୍ଚଳ ରେ କରତ କଳ ଚାଲୁଛି ରାତି ରେ।ତେବେ ନିଷେଦ୍ଧାଞ୍ଚଳରେ ଏଭଳି ବିନା ଲାଇସେନ୍ସ ଯେଉଁ କାଠ ବେପାରୀ କାଠ ବେପାର କରୁଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସାରାଜେନ୍ଦ୍ରପୁର ଗାଁର ଗୋପାଳ ଦାସ,ବନି ପାଳର କୃଷ୍ଣ ମଣ୍ଡଳ,କେରୁଆପାଳର ଲଗେନ ମଣ୍ଡଳ,ଗର୍ତ୍ତ ମୌଜାର କାଳିପଦ ଜେନା,ହାତୀୟା ଗଣ୍ଡର ହିମାଂଶୁ ମାଇତି,ଶିକାରପାଇ ଗାଁର ସଞ୍ଜୟ ଦାସ,ଅହିରାଜପୁର ଗାଁର ଗୁରୁପଦ ମଣ୍ଡଳ,ଦେଉଳ ସାହିର ନିତାଇ ବେରା,ଅମରା ବତୀ ଅମୁଲ୍ୟ ଦାସ ଏବଂ ଶିକାରପାଇ ଗାଁର ଗୋପାଳ ପଣ୍ଡିତ। ଏମାନଙ୍କ ପାଖରେ କୌଣସି ଲାଇସେନ୍ସ ନଥାଇ ନିଷେଦ୍ଧାଞ୍ଚଳରେ ବେଧଡ଼କ ଖୁଲମ ଖୁଲା କାଠ ବେପାର କରୁଛନ୍ତି। ଏହାକୁ ନେଇ ପରିବେଶ ବିତ ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ଏହାକୁ ତଦନ୍ତ କରି କାଠ ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବନ ବିଭାଗକୁ ନିବେଦନ କରିଛନ୍ତି। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି , କେନ୍ଦ୍ରାପଡ଼ା