ପଟ୍ଟାମୁଣ୍ଡାଇ ମଡେଲ ଥାନା ର ଅଧିକାରୀ ବନ୍ଦନା ପାତ୍ର ଗୋଟେ ପରେ ଗୋଟେ ପ୍ରଶଂସା ର ପାତ୍ର ଗୋଟାଉଛନ୍ତି।
ପଟ୍ଟାମୁଣ୍ଡାଇ ମଡେଲ ଥାନା ର ଅଧିକାରୀ ବନ୍ଦନା ପାତ୍ର ଗୋଟେ ପରେ ଗୋଟେ ପ୍ରଶଂସା ର ପାତ୍ର ଗୋଟାଉଛନ୍ତି।
ଜଣେ ଶ୍ରେଷ୍ଠ ପୋଲିସ ଅଧିକାରୀ,ଜଣେ ଶ୍ରେଷ୍ଠ ମା ଓ ଜଣେ ପରୋପକାରୀ ଅଫିସର ଭାବେ ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ନିକଟରେ ଆଦୃତ ହୋଇଛନ୍ତି।
ପଟ୍ଟାମୁଣ୍ଡାଇ ୦୧.୦୯.୨୦୨୫ ପଟ୍ଟାମୁଣ୍ଡାଇ ବସ୍ତିର ଗୋଟେ ୪ ବର୍ଷର ଶିଶୁ ପୁତ୍ର ବାଇପାସ୍ ଛକ ପାଖରୁ କାନ୍ଦୁଥିବl ଅବସ୍ଥାରେ ପଟ୍ଟାମୁଣ୍ଡାଇ ମଡେଲ ଥାନା ଅଧିକାରୀ ବନ୍ଦନା ପାତ୍ର ଷ୍ଟାଫ୍ ପଠାଇ ଥାନାକୁ ନେଇ ଆସିଥିଲେ। ଥାନାରେ ପିଲାଟିକୁ ବିସ୍କୁଟ, ଚକୋଲେଟ୍, ପାଣି ଦେଇ ବସିଥିବା ବେଳେ ଛୁଆଟିର ମା ଆଉ ଜେଜେମା ଆସି ପହଂଚିଥିଲେ। ଅତି ଖୁସିରେ ପିଲାଟିକୁ ପାଇ ନେଇ ଯାଇଥିଲେ। ଆଇଆଇସିଙ୍କର୍ ଏହି ଭଳି କାର୍ଯ୍ୟ ପାଇଁ ବଜାର ରେ ବାହା ବାହା ଲୋକ କହୁଛନ୍ତି।ଆଗରୁ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଓ ତାଙ୍କ ଷ୍ଟାଫ ପଟ୍ଟାମୁଣ୍ଡାଇ ବଜାର ରୁ ଏକ ହଜି ଯାଇଥିବା ଶିଶୁ ପୁତ୍ର କୁ ପାଇ ତାକୁ ଥାନା କୁ ଆଣିଥିଲେ।ନିଜ ବାସଭବନ କୁ ନେଇ ତାଙ୍କ ନିଜ ଝିଅ ସହିତ ଖେଳାଇ ଥିଲେ। ହଜି ଯାଇଥିବା ପିଲା ର ମା ବାପା ସୋସିଆଲ ମିଡ଼ିଆ ରୁ ଖବର ପାଇ ଥାନା ରେ ପହଞ୍ଚି ଦେଖିଲେ ନିଜେ ଆଇଆଇସି ସେଇ ଛୁଆ କୁ ଖେଳନା ଦେଇ ଖେଲାଉଛନ୍ତି।ସେଇ ଶିଶୁ ଟି ଗଲା ବେଳେ ତାକୁ ଖେଳନା,ପୋଷାକ ଓ ଚୋକେଲେଟ ଦେଇ ବିଦା କରି ଏକ ମା ର ପରିଚୟ ଦେଇଥିଲେ।ସେଇ ଆଇଆଇସି ପୁଣି ପଟ୍ଟାମୁଣ୍ଡାଇ ରେ ନିଜ ଜନ୍ମ ଦିନ ପାଳନ କରି ଶହେ ଛତା ବଣ୍ଟନ କରିଥିଲେ ଦରିଦ୍ରଲୋକ ମାନଙ୍କୁ।ଏହି ସବୁ ଘଟଣା ପାଇଁ ଜଣେ ଆଦର୍ଶ ପୋଲିସ ଅଫିସର ଓ ଜଣେ ପରପୋକାରି ଭାବେ ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ନିକଟରେ ପ୍ରଶଂସା ର ପାତ୍ର ବନିଛନ୍ତି।



