ବୁଦ୍ଧଗୟା ମହାବୌଦ୍ଧି ବିହାରରେ ଚମତ୍କାର .

ବୁଦ୍ଧଗୟା ମହାବୌଦ୍ଧି ବିହାରରେ ଚମତ୍କାର
ନବମ ଅବତାର ତଥାଗତ ବୁଦ୍ଧଙ୍କ ପିପ୍ପଳ ବୃକ୍ଷ ଆଜି ପର୍ଯ୍ୟନ୍ତ ରହିଛି ଏହି ସ୍ଥାନଟି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ l ଆଜି ଓଡିଶାରୁ କେତେକ ବ୍ୟକ୍ତି ଆସି ମୁଚଳିନ୍ଦ ପୋଖରୀରୁ ସମସ୍ତ ସ୍ଥାନ ବୁଲି ଦେଖିଥିଲେ l ସେଠାରେ ବୁଦ୍ଧ ଭିକ୍ଷୁଙ୍କ B. T. Act 1949ଉଛେଦ ପାଇଁ ଶାନ୍ତିପୂର୍ଣ ଆନ୍ଦୋଳନ ଚାଲିଥିବା ଦେଖିବାର ସୁଯୋଗ ପାଇଥିଲେ l ପୂର୍ବଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସିବାର ଜଣା ପଡିଥିଲା l ନିଜେ ମୁଖ୍ୟମନ୍ତ୍ରୀ ବୁଦ୍ଧ ଧର୍ମାବାଲମ୍ବୀ ଥିବାର ଜଣା ପଡିଥିଲା ଓ ସେ ମହାବୁଦ୍ଧ ବିହାର ଉନ୍ନତି କରଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି l ତଥାପି ରାଷ୍ଟ୍ର ଅଧ୍ୟକ୍ଷ ଭଗବାନ ସିଂ ପ୍ରଶାସନିକ ଅଧିକାରୀ ଭାବେ ପରିଚିତ ଥାଇ ମନ୍ତ୍ରୀଙ୍କୁ ପ୍ରଶ୍ନ ମାଧ୍ୟମରେ ଚମକାଇ ଦେଇଥିଲେ l ବୁଦ୍ଧ ଭିକ୍ଷୁଙ୍କ ପ୍ରଶ୍ନ ବାଣରେ ବୁଦ୍ଧ ଗୟା ପ୍ରକମ୍ପିତ ହୋଇଥିଲା l ଏହି ଆନ୍ଦୋଳନରେ ଭାରତ ବାହାର ଦେଶର ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିବାର ଜଣା ପଡିଥିଲା l ବୁଦ୍ଧଙ୍କ ସମସ୍ତ କର୍ମସ୍ଥଳୀ ଦେଖି ସାରିବା ପରେ ଉଲ୍ଲାସ ଉନୁଭବ କରିଥିଲେ l ଓଡିଶା ଆନ୍ଦୋଳନ ଆପେକ୍ଷl ବିହାର ଆନ୍ଦୋଳନ ମହାଜଟିଳ ଅନୁଭବ ହୋଇଥିଲା l ପୂର୍ବରୁ ଦଳିତ ଶୁଦ୍ର ସମ୍ପ୍ରଦାୟ ବୁଦ୍ଧ ଧର୍ମାବାଲମ୍ବୀ ଥିବାର ପ୍ରମାଣ ରହିଛି. ସିଦ୍ଧlର୍ଥ ଗୌତମ ପ୍ରଥମେ ଶୁଦ୍ର ସମାଜକୁ ଧମ୍ମରେ ଆପଣେଇ ଥିଲେ l ଉପସ୍ଥିତ ରିପୋର୍ଟର ପଦ୍ମପୁର ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପ .