ବେଆଇନ ବାଣ ତିଆରି ଘର ଉପରେ ପୋଲିସର ଚଡ଼ଉ.

ବେଆଇନ ବାଣ ତିଆରି ଘର ଉପରେ ପୋଲିସର ଚଡ଼ଉ.

ବେଆଇନ ବାଣ ତିଆରି ଘର ଉପରେ ପୋଲିସର ଚଡ଼ଉ, ୩ ଜଣ ଗିରଫ, ବିପୁଳ ବାଣ ଜବତ...   ଭଦ୍ରକ, ୨୮ା୯  – ଭଦ୍ରକ ଜିଲା ଧାମନଗର ପୋଲିସର ବେଆଇନି ବାଣ ଦୋକାନ ଉପରେ ଚଡ଼ଉ କରି ବିପୁଳ ପରିମାଣରେ ବାଣ ଜବତ କରିଛନ୍ତି । ଏଥିରେ ସଂପୃକ୍ତ ୩ ଜଣ ସ୍ଥାନୀୟ ଗ୍ରାମର ବାଣ ବେପାରୀ ମଦନ ମୋହନ ରଣା, ମନୋରଞ୍ଜନ ରଣା ଓ ଗୌରାଙ୍ଗ ଚନ୍ଦ୍ର ରଣା ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଧାମନଗର ଥାନା ଦେହୁଡି ଆନ୍ଦପୁର ପଂଚାୟତ ଉତେଇପୁର ଗ୍ରାମରେ ବେଆଇନ ବାଣ ତିଆରି ଚାଲିଥିଲା । ସୁଚନା ପାଇ ଧାମନଗର ପୋଲିସ ଶନିବାର ଚଡାଉ କରିଥିଲା । ଗୋଟେ ପିକପ ଗାଡିରେ ହାତ ତିଆରି ବାଣ ଜବତ କରିଥିବା ବେଳେ ପୋଲିସ ୩ ଜଣଙ୍କୁ ଥାନାକୁ ଆଣିଥିଲା । ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଚଡ଼ାଉରେ ଏସଆଇ ରସ୍ମିତା ମଲ୍ଲିକ ଓ ପ୍ରଦୀପ ନାୟକ, ଏଏସଆଇ ଲରେନ୍ସ ଖୁଜୁରୁ, ସୁଜିତ୍ ରାଉତ ଓ ନରେନ୍ଦ୍ର ରାଉତ ସମେତ ଅନ୍ୟମାନେ ସାମିଲ ଥିଲେ ।