ବେହେଡା ତାରିଣୀ ପୀଠରେ ମହା ବିଷୁବସଂକ୍ରାନ୍ତି ପାଳିତ .

ବେହେଡା ତାରିଣୀ ପୀଠରେ ମହା ବିଷୁବସଂକ୍ରାନ୍ତି ପାଳିତ .ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅନ୍ତର୍ଗତ ବେହେଡା ଠାରେ ତାରିଣୀ ଥିଲା। ମାଙ୍କ ଯାତ୍ରା ଗତ ବୁଧବାର ଠାରୁ ଆରମ୍ଭ ହୋଇ 14-04-2025 ଦିନ ପର୍ଯ୍ୟନ୍ତ ମା ଘଟଗାଁ ତାରିଣୀ ପୀଠ ଵିଧି ଅନୁଯାଇ ପାଳିତ ହୋଇଯାଇଛି। ଗତ 09-04-25 ରେ ଏକ ଶୋଭାଯାତ୍ରା ରେ ମାନସିକ ଧାରୀ ମାନେ ତେଲନଦୀ ରୁ ପାଣି ଧରି ମନ୍ଦିର ନିକଟରେ ଜଳଅର୍ପଣ କରିଥିଲେ। ସୂର୍ଯ୍ୟପୂଜା, ଘଟପୂଜା, ସରିବା ପରେ ମା ବନଦୁର୍ଗା, କାଳୀ ବେଶ, ଚଣ୍ଡୀବେଶ, ଅପରାଜିତା ବେଶ, ଗାୟତ୍ରୀ ବେଶ ଏହିପରି ପ୍ରତ୍ୟେକଦିନ ନୁଆଁ ନୁଆଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଯାହାକୁ ଦେଖିବାକୁ ବହୁ ଲୋକ ଙ୍କ ସମାଗମ ହୋଇଥିଲା। ପଣାସଂକ୍ରାନ୍ତି ଦିନ ସକାଳୁ ପଣା ଭୋଗ ଭକ୍ତ ପାଇଥିଲେ, ପରେ ଦିନ ୧୨ ଘଣ୍ଟିକା ସମୟରେ କମିଟି ତରଫରୁ ଅନ୍ନ ଭୋଗର ଵ୍ୟବସ୍ଥା ହୋଇଥିଲା। ଏଥିରେ ହଜାର ହଜାର ଭକ୍ତ ଆସି ମାଙ୍କ କୃପା ଲାଭ କରିଥିଲେ ଏବଂ କମିଟି ତରଫରୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଏହି ବଡ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଦିନବେଳେ ବଜାର ରୁ ବିଭିନ୍ନ ପ୍ରକାର ଜିନିଷ ସବୁ କିଣାକିଣି କରିଥିଲେ। ରାତ୍ରରେ କମିଟି ତରଫରୁ ଏକ ନାଟିକା ପରିବେଷଣ କରାଯାଇଥିଲା। ସନ୍ଧ୍ୟା ସମୟରେ ମାଙ୍କ ଆଳତି ରେ ସବୁ ଭକ୍ତମାନେ ଭାଗ ନେଇଥିଲେ, ପୂଜାରୀ ଶ୍ରୀ ସୁଦାମ ମିଶ୍ର ଆଳତିକୁ ମନ୍ଦିର ପରିକ୍ରମା କରିଥିଲେ । ଭକ୍ତମାନେ ଉକ୍ତ ପରିକ୍ରମାରେ ସମ୍ପୂର୍ଣ ସହଯୋଗ କରିଥିଲେ ତଥା ଭାବ ବିହ୍ୱଳ ହୋଇ ଭକ୍ତି ର ସହିତ ମା ଙ୍କ ଅର୍ଚ୍ଚନା କରିଥିଲେ। ଲୋକଙ୍କ କହିବା ଅନୁସାରେ ଦକ୍ଷିଣ ଓଡିଶାରେ ମା ତାରିଣୀ ଦେଖିଲେ ମା ଘଟଗାଁ ଭଳି ଅନୁଭୂତି ହୋଇ ଥିଲା । କମିଟି ଓ ପ୍ରଶାସନ ପୁରାପୁରି ଭାବରେ ସହଯୋଗ କରି ବହୁତ ସୁନ୍ଦର ଦର୍ଶନ ବ୍ୟବସ୍ଥା କରାଇଥିଲେ ଏବଂ ପ୍ରସାଦ ସେବନ ବି ଶୃଙ୍ଖଳା ଭାବରେ କରାଇଥିଲେ ।

ବେହେଡା ତାରିଣୀ ପୀଠରେ ମହା ବିଷୁବସଂକ୍ରାନ୍ତି ପାଳିତ  .