ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ବାର୍ଷିକ ବୈଠକ I
ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ବାର୍ଷିକ ବୈଠକ I
ନୟାଗଡ଼, ୨୧/୮: ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଦ୍ୟାଳୟ ସମୂହର କ୍ରୀଡ଼ା ସଂଗଠନ ମାନଙ୍କ ବାର୍ଷିକ ସାଧାରଣ ବୈଠକ ନବଘନପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ତଥା ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଅଧ୍ୟକ୍ଷତା କରିଥିଲେ। ସଂଗଠନ ସମ୍ପାଦକ ଉମାକାନ୍ତ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ନବଘନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ରନାଥ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ ପ୍ରମୁଖ ଯୋଗଦାନ କରିଥିଲେ। ନୟାଗଡ଼ ବ୍ଲକକୁ ୪ଟି ଜୋନରେ ବିଭକ୍ତ କରି ବିଦ୍ୟାଳୟ ସ୍ତରରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବାର୍ଷିକ ବୈଠକରେ ବ୍ଲକ ସ୍ତରରେ କାର୍ଯ୍ୟରତ ସମସ୍ତ ପ୍ରଧାନ ଶିକ୍ଷକ, ସିଆରସିସି ଏବଂ କ୍ରୀଡ଼ା ଶିକ୍ଷକ ମାନେ ଯୋଗଦାନ କରିଥିଲେ।
ନୟାଗଡ଼ରୁ ଅଶୋକ କୁମାର ସାଥୁଆ ବିଶେଷ ଖବର



