ମଦ୍ରସା ରେ ନାବାଳକ ମୃତ୍ୟୁ ଘଟଣା.

ମଦ୍ରସା ରେ ନାବାଳକ ମୃତ୍ୟୁ ଘଟଣା.

ମଦ୍ରସା ରେ ନାବାଳକ ମୃତ୍ୟୁ ଘଟଣାରେ ଆସିଲା ଛାଞ୍ଚଲ୍ୟକର ତଥ୍ୟ l ତା 8-9-2025 ନା ବାଳକ ମୃତ୍ୟୁ ଘଟଣା ରେ ଆସିଲା ଛାଞ୍ଚଲ୍ୟକର ତଥ୍ୟ ମଦ୍ରସା ରେ ସମଲିଙ୍ଗୀ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଦେଲା ସୂଚନା l ଏହି ହତ୍ୟା କାଣ୍ଡରେ ସାମିଲ ଥିଲେ ସେହି ମଦ୍ରସା ରେ ପଢ଼ୁଥିବା 5ଜଣ ନାବାଳକ l ଗତ 4ତାରିଖରେ ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ନୀଳପଲ୍ଲୀ ମଦ୍ରସାର ପରିତକ୍ତ ଟାଙ୍କିରୁ ମିଳିଥିଲା ଫାରଦ୍ଦୁନ ଖାଁ ନାମକ 12ବାର୍ଷିୟ ନାବାଳକର ମୃତ ଦେହ l ରଣପୁର ଥାନା ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ଘଟଣାରେ ସମ୍ପୃକ୍ତ 5ଜଣ ନାବାଳକ କୁ ଗିରଫ କରିଛି l ପୋଲିସର ସୁଚନା ଅନୁଯାଇ ମୃତ ଫାରଦ୍ଦୁନଙ୍କ ସହ ମଦ୍ରସାରେ ଅନ୍ୟ ଜଣେ ନାବାବଳ ଅପ୍ରାକୃତିକ ଯୌନସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏହାକୁ ନେଇ ନାବାଳକ ଜଣଙ୍କ ଫାରଦ୍ଦୁନଙ୍କୁ ମାଡପିଟ୍ କରୁଥିଲେ । ଗତ 3 ତାରିଖ ଦିନ ଏହି ଘଟଣା ସମ୍ପର୍କରେ ଫାରଦ୍ଦୁନ ଘରେ ଜଣେଇବେ ବୋଲି କହିବାରୁ ଉକ୍ତ ନାବାଳକ ସମେତ ଅନ୍ୟ 4 ଜଣ ନାବାଳକ ମିଶି ଫାରଦ୍ଦୁନଙ୍କୁ ପ୍ରଥମେ ବେକଚିପି ହତ୍ୟା କରିବା ପରେ ମଦ୍ରସା ପଛରେ ଥିବା ପରିକ୍ତତ କୂଅରେ ଫୋପଡି ଦେଇଥିବା 5 ନାବାଳକ ସ୍ବୀକର କରିଛାନ୍ତି । 5 ନବାଳଙ୍କୁ ପୋଲିସ ନିଜ ହେପାଜତକୁ ନେବା ସହ ଜୁଭେନାଇଲ କୋର୍ଟରେ ହାଜର କରିବା ପରେ 13 ଦିନ ପାଇଁ ଅନୁଗୁଳ ବାଳଶୁଧାର ଗୃହକୁ ପଠେଇ ଦେଇଥିବା ନୟାଗଡ ଅତିରିକ୍ତ sp କହିଛାନ୍ତି ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର