ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ଏକ ପେଡ ମା କେ ନାମ ପାଳିତ।

ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ଏକ ପେଡ ମା କେ ନାମ ପାଳିତ।

ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ଏକ ପେଡ ମା କେ ନାମ ପାଳିତ। ଗତ ବର୍ଷ ପରି ଚଳିତ ବର୍ଷ ସମଗ୍ର ଦେଶରେ ଜୁନ ୫ ତାରିଖ ରୁ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଏକ ପେଡ ମା' କେ ନାମ ଏକ ପର୍ୟ୍ଯାବରଣ ଅଭିଯାନ ହୋଇଥାଏ ଏହି ଅଭିଯାନ ରେ ସାରା ଦେଶ ରେ ବୃକ୍ଷ ରୋପଣ କରାଯାଏ।ଏହି ବର୍ଷ ଏକ ପେଡ ମା କେ ନାମ ଅଭିଯାନ ରେ 10 କୋଟି ବୃକ୍ଷ ରୋପଣ କରାଯିବ ବୋଲି ଆକଳନ କରାଯାଇଛି।ଏହି କ୍ରମ ରେ ଆମ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ଖ୍ୟାତି ସମ୍ପର୍ଣ୍ଣ ଶିକ୍ଷା ଅନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ଏକ ପେଡ ମା' କେ ନାମ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ମାର୍ଗଦର୍ଶନ ରେ ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ଆମ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀ ତପନ କୁମାର ଦାସ ମହୋଦୟ ଯୋଗ ଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜସ୍ବସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଆହ୍ୱାନ କୁ ଗ୍ରହଣ କରି "ଏକ ପେଡ ମା କେ ନାମ ୨.୦ " କୁ ସଫଳ କରିବା ପାଇଁ ବିଦ୍ୟାଳୟ ର ଏନ ସି ସି କାଡେଟ୍ସ, ସ୍କାଉଟ ଗାଇଡ଼, ଇ କୋ କ୍ଲବ, ଏନର୍ଜୀ କ୍ଲବ ର ଛତ୍ର ଛାତ୍ରୀ, ସର୍ବୋପରି ସମସ୍ତ ଛାତ୍ର ଛାତ୍ରୀ ମାନେ ଅନୁପ୍ରେରିତ ହୋଇ ବିଦ୍ୟାଳୟ ପ୍ରାଙ୍ଗଣରେ ୬୦ ଗୋଟି ଫଳ ଚାରା ରୋପଣ କରିଥିଲେ।ଏହି ମହୋତ୍ସବ ଉଦେଶ୍ୟ ରେ ହୋଇ ଥିବା ଡ୍ରଇଂ ଓ ବକ୍ତୃତା ପ୍ରତି ଯୋଗୀତରେ କୃତୀ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ ସ୍ଵର୍ଣମୟି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ଗଣିତ ଶିକ୍ଷକ ତାପସ କୁମାର ବେହେରା ଓ ୟୁ ଥ ଆଣ୍ଡ ଇ କୋ କ୍ଲବ ଶିକ୍ଷକ ଅନିଲ କୁମାର ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ଓ ଵୃକ୍ଷ ରୋପଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ସାଂସ୍କୃତିକ ସଂଯୋଜିକା ଅନିତା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ସୁଜୟ କୁମାର ରାଉତରାୟ, ଗୋମତି ସ୍ୱାଇଁ, ଜ୍ୟୋତିଲଷ୍ମୀ ବେହେରା, ରଶ୍ମିତା ତରାଇ, ମାନସୀ ମହାନ୍ତି,ଶୈଳବାଳା ଆଚାର୍ଯ୍ୟ, ସଂଧ୍ୟାରଣୀ ପାଣିଗ୍ରାହୀ,ତପଶ୍ୱନୀ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ବିନୋଦ ନାଥ, ସ୍ମିତାପ୍ରଜ୍ଞା ରାଉତ, ଗାୟତ୍ରୀ ସାହୁ, ଶିବ ଶଙ୍କର ବାରିକ, ବ୍ରଜ କିଶୋର ମାଝି ଓ ହରିହର ବାରିକ ପ୍ରଭୁତି ସହଯୋଗ କରିଥିଲେ।।ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା