ମହଙ୍ଗା ପଡିଲା ଯାତ୍ରା ମଞ୍ଚରେ ସାପ ଖେଳାଇବା, ବନ ବିଭାଗର ତଦନ୍ତ ଆରମ୍ଭ, ହେବ ଆକ୍ସନ  I

ମହଙ୍ଗା ପଡିଲା ଯାତ୍ରା ମଞ୍ଚରେ ସାପ ଖେଳାଇବା, ବନ ବିଭାଗର ତଦନ୍ତ ଆରମ୍ଭ, ହେବ ଆକ୍ସନ  I

ମହଙ୍ଗା ପଡିଲା ଯାତ୍ରା ମଞ୍ଚରେ ସାପ ଖେଳାଇବା, ବନ ବିଭାଗର ତଦନ୍ତ ଆରମ୍ଭ, ହେବ ଆକ୍ସନ  I
ଚଣ୍ଡିଖୋଲ: ମହଙ୍ଗା ପଡିଲା ଯାତ୍ରା ମଞ୍ଚରେ ସାପ ଖେଳାଇବା। ତୁଳସୀ ଗଣନାଟ୍ୟ ପକ୍ଷରୁ ଏକ ନାଟକରେ କଳାକାର ସାଇ ଏକ ସାପ ଧରି ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା। ଏକ ବନ୍ୟଜନ୍ତୁଙ୍କୁ ଯାତ୍ରା ମଞ୍ଚରେ ଖେଳାଇବା ଯାହାକି ବନ୍ୟ ଜନ୍ତୁ ଆଇନକୁ ଉଲଘଂନ କରୁଛି। ବନ ବିଭାଗ ପକ୍ଷରୁ ବିକ୍ରମତିରଣ ଠାରେ ଚାଲିଥିବା ଯାତ୍ରା ତୁଳସୀ ଗଣନାଟ୍ୟ ଆଖଡାଶାଳରେ ଚଢ଼ାଉ କରାଯାଇଛି। ସାପଟିକୁ ଅଭିନେତା ସାଇ ରଖିଥିବା ବେଳେ ବନ ବିଭାଗ ଟିମ୍ ଯାତ୍ରା ପାର୍ଟି ମ୍ୟାନେଜରଙ୍କୁ ପଚରାଉଚରା କରାଯାଇଛି। କେଉଁଭଳି ଭାବେ ସାପକୁ ଯାତ୍ରା ପାର୍ଟି ପକ୍ଷରୁ ମଞ୍ଚରେ ପେରିବେଷିତ କରାଯାଇଛି ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି। ଏ ନେଇ ସାପ ରଖିଥିବା ଅଭିନେତା ସାଇଙ୍କୁ ପଚରାଉଚରା କରିବ ବନ ବିଭାଗ ଟିମ୍। ନିୟମ ଖିଲାପ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି DFO କହିଛନ୍ତି।

ଆଗାମୀ ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ପକ୍ଷରୁ ନୂଆ ନାଟକ (ଏଇ ବୋଧେ ଶେଷ ଦେଖା)ରେ ଦର୍ଶକ ଦେଖିବାକୁ ପାଇବେ ରିୟଲ ଅଜଗର ସାପକୁ। ଏ ନେଇ ଯାତ୍ରା ଆଖଡ଼ା ଶାଳରେ ନୂଆ ନାଟକର ଫାଇନାଲ ରିୟଲ ସେଲ୍ ଶେଷ ହୋଇଛି। ନାଟକରେ ଏକ ଦୃଶ୍ୟରେ ଅଭିନେତା ସାଇ ହାତରେ ଅଜଗର ସାକୁ ଧରି ମଞ୍ଚରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ସିନରେ ଅଜଗର ସାପ କୁ ହାତରେ ଗୁଡ଼ାଇ ଅଭିନୟ କରୁଛନ୍ତି ସାଇ। ସାପକୁ ନେଇ କାହାଣୀରେ ମଧ୍ୟ ଟୁଇଷ୍ଟ ମଧ୍ୟ ରହିଛି। 

ନୂଆ ନାଟକରେ ସାପକୁ ନେଇ ନୂଆ କିଛି ପ୍ରୟାସ କରାଯାଇଛି ତୁଳସୀ ଗଣନାଟ୍ୟ ପକ୍ଷରୁ। ଯାହାକି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି କଳାକାର ମାନେ ଆଶାବାଦୀ ରହିଛନ୍ତି। ତୁଳସୀ ଗଣନାଟ୍ୟ ପକ୍ଷରୁ ଆସନ୍ତା ଯାତ୍ରା ଋତୁ ପାଇଁ ନୂଆ ନୂଆ ନାଟକର ରିୟଲ ସେଲ୍ କରାଯାଉଛି।  ତେବେ ସାପକୁ ନେଇ ଯାତ୍ରା ମଞ୍ଚରେ ଏମିତି ପରିବେଷଣ କରିବା ବନ୍ୟଜନ୍ତୁ ପ୍ରାଣୀ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କଳାକାରଙ୍କ ସାପକୁ ଧରି ମଞ୍ଚରେ ଅଭିନୟ କରିବାର ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।