, ମାଁ ଙ୍କ ନବଦିନ ଯାତ୍ରାର ଅନ୍ତିମ.

, ମାଁ ଙ୍କ ନବଦିନ ଯାତ୍ରାର ଅନ୍ତିମ.

 ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାକୁରାଣୀ ମା ଶାଶୁଘରକୁ ଫେରିଲେ ।ଉମରକୋଟ ଟାଉନ୍ ର ଜଗତଜନନୀ ଠାକୁରାଣୀ ମାଁ ଙ୍କ ନବଦିନ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଥିଲା। ମାଁ ଜଗତଜନନୀ ଠାକୁରାଣୀ ଶାଶୁ ଘରୁ ମାଁ ଘରକୁ ନଅ ଦିନ ଆସି ସମସ୍ତ ଙ୍କ ଘରେ ଘରେ ବୁଲି ପୂଜା ପାଇ ଥାଆନ୍ତି। ସୋମବାର ଦିନ ଏକ ତାପର ମଙ୍ଗଳବାର ଦିନ ବିଶ୍ରାମ ନେଇ ପୁଣି ବୁଧବାର ଦିନ ମାଁ ପୂଜା ପାଇ ସହରର ଘରେ ଘରେ ବୁଲିଥାନ୍ତି। ଚୈତ୍ରପ୍ରତିପଦା ତିଥି ଅର୍ଥାତ୍ ମାଁ ଙ୍କ ଚୈତ୍ର ବାସନ୍ତୀ ନବରାତ୍ରି ଯେଉଁ ଦିନ ଆରମ୍ଭ ହୋଇଥାଏ , ତାର ପରବର୍ତ୍ତୀ ସମୟରେ ଯେଉଁ ପ୍ରଥମ ସୋମବାର ପଡିଥାଏ ସେହିଦିନଠାରୁ ମାଁ ଙ୍କ ଏହି ନବଦିନ ଯାତ୍ରା ବା କଳସ ଯାତ୍ରା ଆରମ୍ଭ ହୋଇଥାଏ ।ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବହୁ ପୁରାତନ କାଳରୁ ଏହି ପରମ୍ପରା ରହିଆସିଛି। ଏହି ଯାତ୍ରାରେ ନଅଦିନ ଧରି ୯ ଗୋଟି କଳସି ଓ ଗୋଟିଏ ଫୁଲ ଚାଙ୍ଗୁଡି ଏବଂ ବିମାନ ସାମିଲ ହୋଇ ସହର ପରିକ୍ରମା କରିଥାନ୍ତି ତଥା ପୂଜାରୀ ,ଦିସାରି, ଗାଣ୍ଡା, ଗାଉଁଟିଆ ଚଲାନ ସମେତ ସମସ୍ତେ ଯୋଗ ଦେଇଥାଆନ୍ତି ।‌ ମାଁ ଜଗତଜନନୀ ଠାକୁରାଣୀଙ୍କ ସହର ପରିକ୍ରମା ଆରମ୍ଭ ରେ ପ୍ରଥମେ ଭିତରଗଡ ଠାରେ ଥିବା ମୂଖ୍ୟ ପୂଜକ ଭୁବନ ପୂଜାରୀ ଙ୍କ ଘରକୁ ଯାଇ ପ୍ରଥମ ଭୋଗ ଖାଇବା ପରେ ମାଁ ଜଗତଜନନୀ ଠାକୁରାଣୀ ଙ୍କ ସହର ପରିକ୍ରମା ଆରମ୍ଭ ହୋଇଥାଏ । ୯ଦିନ ପରେ ସନ୍ଧ୍ୟା ୬ ଘଣ୍ଟିକା ସମୟରେ ମାଁ ଜଗତଜନନୀ ଠାକୁରାଣୀ ତାଙ୍କ ଶାଶୂଘରକୁ ଫେରି ଯାଇଥାନ୍ତି। ଏହି ସମୟରେ ସମସ୍ତ କଳସି ହାଣ୍ଡି କୁ କଣ୍ଟା ଦୋଳିରେ ପୂଜକ ଝୁଲାଇବା ପରେ ପୂଜକଙ୍କ ଘରକୁ ଯାଇ ପୂଜାର୍ଚ୍ଚନା ପାଇଥାନ୍ତି। ପରେ ପୂଜକ ମାଁ ଙ୍କୁ ମନାଇ ମାଁ ଜଗତଜନନୀ ଠାକୁରାଣୀ ଙ୍କୁ ବାଜା ବାଜଣା କରି ଝରିଗାଁ ରୋଡ ସ୍ଥିତ ମଙ୍ଗଳା ମନ୍ଦିର ଶାଶୁ ଘରକୁ ଯାଇଥାନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଭୁବନେଶ୍ଵର ପୁଜାରୀ,ଶିରା, ପୂଜା କମିଟିର ସଭାପତି ସାଇନାରାୟଣ ପାଢ଼ୀ,ଉପକୋଷାଧ୍ୟକ୍ଷ ଗୋବିନ୍ଦ ମାଝୀ, ସମ୍ପାଦକ ସତ୍ୟନାରାୟଣ ମିଶ୍ର ଉପସଭାପତି ଆଶିଷ ରାଓ ଙ୍କ ସହ ପୂଜା କମିଟିର ସମସ୍ତ ସଦସ୍ୟ ତଥା ପୁରୁଣା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। (ଉମରକୋଟ ରୁ ହରିହର ଶତପଥୀ