ଷଷ୍ଠ ଓଜେଲ ଚାରିଟେବୁଲ ଟ୍ରଷ୍ଟ କଳାକାର ସମ୍ମାନ ଉତ୍ସବ ପାଳନ

ଷଷ୍ଠ ଓଜେଲ ଚାରିଟେବୁଲ ଟ୍ରଷ୍ଟ କଳାକାର ସମ୍ମାନ ଉତ୍ସବ ପାଳନ
ଭୁବନେଶ୍ୱର, ୨୫/୨(ଇମିସ): ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଓଜେଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ଷଷ୍ଠ ଓଜେଏଲ୍ ଯାତ୍ରା କଳାକାର ସମ୍ମାନ ଉତ୍ସବ ସଫଳତା ର ସହିତ ଅନୁଷ୍ଠିତ ହୋଇସାରିଛି । ଏହି ଉତ୍ସବରେ କିଶୋର ଖଣ୍ଡୁଆଳ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ଗ୍ରହଣ କରିଥିବା ବେଳେ ସନ୍ତୋଷ ଦାସ ପଲେଇ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ରୂପେ ଆନ୍ତର୍ଜାତୀୟ କ୍ଷ୍ୟାତି ସମ୍ପନ୍ନ ସ୍ଥପତି ଶିଳ୍ପିଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା, ସମ୍ମାନିତ ଅତିଥି ରୂପେ ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ, ଏକାମ୍ର ନାଟ୍ୟମଞ୍ଚ, ଭୁବନେଶ୍ୱର ଶ୍ରୀ ନିମାଇଁ ଲେଙ୍କା, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପବିତ୍ର ପଟ୍ଟନାୟକ ଏବଂ କଳାକାର କଲ୍ୟାଣ ସମିତିର ଆବାହକ ପ୍ରଣୟରଂଜନ ମହାନ୍ତି (ଲିଟୁ ଭାଇ) ଏବଂ ଓଜେଏଲ୍ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ କାର୍ତ୍ତିକ ସ୍ବାଇଁ, ସମ୍ପାଦକ ସଂଜୀବ ସାମଲ ସଭାରେ ମଞ୍ଚାସୀନ ହୋଇ ସମ୍ମାନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପପ୍ରଜ୍ଵଲନ କରି କାର୍ଯକ୍ରମ କୁ ଉଧ୍ଘଟାନ କରିଥିଲେ। ଏହି ସଭା ସଭାପତିଙ୍କ ସଭାପତିତ୍ବରେ ଆରମ୍ଭ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ସାଇ ପ୍ରସାଦ ମହାନ୍ତି। ଗୀତିକର ଅରୁଣ ମନ୍ତ୍ରୀ, ସଂଗୀତ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା (ଏକନ),କୋଣାର୍କ ଗଣନାଟ୍ୟର ଜିତେନ୍ଦ୍ରିୟ ଦାସ, ଦୁର୍ଗା ମନ୍ଦିରର ରୁଦ୍ର ପ୍ରସାଦ ମିଶ୍ର ଶ୍ରେଷ୍ଠ ନାୟକ ଭାବେ ସମ୍ମାନିତ ହୋଇଥିଲେ । କୋଣାର୍କ ଗଣନାଟ୍ୟର ଶ୍ରୀ ଜଗନ୍ନାଥ ମହାପାତ୍ର ଶ୍ରେଷ୍ଠ ଖଳନାୟକ, , ରାଜଧାନୀ ଅପେରାର ମନୋଜ ବରାଳ ଖଳ ଚରିତ୍ର(ପୁରୁଷ), ଶିବାନୀ ଗଣନାଟ୍ୟର ରୂପାଲୀ ଶତପଥୀ ଖଳ ଚରିତ୍ର (ମହିଳା), ଚରିତ୍ର ଅଭିନେତା ଭାବେ ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ର ବିଜୟ କର, ଚରିତ୍ର ଅଭିନେତ୍ରୀ ଭାବେ ଚକଲେଟ ରଙ୍ଗମଞ୍ଚ ର ଜୟନ୍ତୀ ପରିଡା,ତପସ୍ୟା ରଙ୍ଗମଞ୍ଚର ଶ୍ରୀ ଶିବରାମ ନାୟକଙ୍କୁ ନବାଗତ ନାୟକ, ବିଶ୍ଵ ଦରବାରର ସରୋଜ ମହାପାତ୍ରଙ୍କୁ ଶ୍ରେଷ୍ଠ ବାପା, ତୁଳସୀ ଗଣନାଟ୍ୟର ଇଜି ସ୍ୱାଇଁ (କାଳୀ) ଶ୍ରେଷ୍ଠ ମାଆ, ରଙ୍ଗମହଲର କମଳିନୀ ଦାସଙ୍କୁ ହାସ୍ୟ ଅଭିନେତ୍ରୀ, ସୂର୍ଯ୍ୟମନ୍ଦିରର ଚନ୍ଦନ ବେହେରାଙ୍କୁ ନୃତ୍ୟ ନିର୍ଦେଶକ, ନୃତ୍ୟ ଦଳ ଭାବେ ସୂର୍ଯ୍ୟମନ୍ଦିର, ପ୍ରଚ୍ଛଦପଟ ଗାୟିକା ଭାବେ ଇନ୍ଦ୍ରଭୁବନର ପ୍ରମିଳା ବାରିକ, ପାର୍ବତୀ ଗଣନାଟ୍ୟର ଶ୍ରୀ ଉମାକାନ୍ତ ମଲ୍ଲିକଙ୍କୁ ଉପସ୍ଥାପକ, ଧଉଳି ଗଣନାଟ୍ୟର କ୍ରିଷ୍ଣା ରାଉତଙ୍କୁ ଉପସ୍ଥାପିକା, ବିଭୂତି ଭୂଷଣ ସାହୁଙ୍କୁ ଶବ୍ଦ ସଂଯୋଜନା, ଦୁର୍ଯ୍ୟୋଧନ ଦାସଙ୍କୁ ଆଲୋକ ପରିଚାଳନା ଭାବେ ସମ୍ମାନିତ କରାଯାଇଛି। ଉପସଭାପତି ଉମେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅମୂଲ୍ୟ ମଲ୍ଲିକ, ମୁଖପାତ୍ର ଚିନ୍ମୟ ମିଶ୍ର, ଉପଦେଷ୍ଟା ମାନସ ବାରିକ, ଆଇନ ପରାମର୍ଶଦାତା ପ୍ରବୋଧ ରାଉତରାୟ ମଂଚରେ ଉପସ୍ଥିତ ଥିଲେ। ଓଜେଏଲ ସଞ୍ଜୟ ନାୟକ, ମଣ୍ଟୁ ଲେଙ୍କା , ସତିଶ ବିଶ୍ଵାଳ, ଆଶିଷ ବରାଳ, ଶଶାଙ୍କ ପାଣିଗ୍ରାହୀ, ସୁମନ ବେହେରା, ରଞ୍ଜନ ଚାନ୍ଦ, ପ୍ରକାଶ ପଲେଇ, ଦେଭିଦତ୍ତ ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଆମ ଉପଦେଷ୍ଟା ବିନାୟକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।